ଶସ୍ତ୍ର ଛାଡିବାକୁ ନକ୍ସଲୀ ସଙ୍ଗଠନ ଏମଏମସି ଜୋନର ଘୋଷଣା, ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମରେ ଜାରି କଲେ ଲିଫଲେଟ୍
ଜଗଦଲପୁର, 24 ନଭେମ୍ବର (ହି.ସ.) ନକ୍ସଲୀ ହିଂସା ଛାଡି ମୁଖ୍ୟଧାରାକୁ ଫେରିଲେ, ଆମେ ତାଙ୍କ ସହ ନ୍ୟାୟ କରିବୁ- ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ - କୁଖ୍ୟାତ ନକ୍ସଲୀ କମାଣ୍ଡର ମାଡଭି ହିଡମାଙ୍କ ମୃତ୍ୟୁ ପରେ ସଂଗଠନରେ ବଡ଼ ହଲଚଲ ଦେଖିବାକୁ ମିଳୁଛି। ଭୁଶୁଡିଥିବା ନକ୍ସଲୀ ସଂଗଠନ
ଶସ୍ତ୍ର ଛାଡିବାକୁ ନକ୍ସଲୀ ସଙ୍ଗଠନ ଏମଏମସି ଜୋନର     ଘୋଷଣା, ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମରେ ଜାରି କଲେ ଲିଫଲେଟ୍


ଜଗଦଲପୁର, 24 ନଭେମ୍ବର (ହି.ସ.)

ନକ୍ସଲୀ ହିଂସା ଛାଡି ମୁଖ୍ୟଧାରାକୁ ଫେରିଲେ, ଆମେ

ତାଙ୍କ ସହ ନ୍ୟାୟ କରିବୁ- ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ

- କୁଖ୍ୟାତ ନକ୍ସଲୀ କମାଣ୍ଡର ମାଡଭି

ହିଡମାଙ୍କ ମୃତ୍ୟୁ ପରେ ସଂଗଠନରେ ବଡ଼ ହଲଚଲ ଦେଖିବାକୁ ମିଳୁଛି। ଭୁଶୁଡିଥିବା ନକ୍ସଲୀ ସଂଗଠନ ମଧ୍ୟରେ

ପ୍ରଥମଥର ପାଇଁ ଏମଏମସି ଜୋନ୍ ଅସ୍ତ୍ର ଛାଡ଼ିବାର ଇଚ୍ଛା ବ୍ୟକ୍ତ କରିଛି ଏବଂ ତିନିଟି ରାଜ୍ୟର

ସରକାରଙ୍କୁ 15 ଫେବୃଆରୀ 2026 ପର୍ଯ୍ୟନ୍ତ କିଛି ସଂଯମ ରଖିବା ଏବଂ ସୁରକ୍ଷା ବଳର ଅଭିଯାନକୁ

ରୋକିବାକୁ ଅନୁରୋଧ କରିଛି।

କେନ୍ଦ୍ର ସରକାରଙ୍କ ନକ୍ସଲବାଦ ଉଚ୍ଛେଦ ଅଭିଯାନକୁ ବଡ଼

ସଫଳତା ମିଳୁଥିବା ଦେଖାଯାଉଛି। ନକ୍ସଲୀ ସଂଗଠନମାନେ ମଧ୍ୟ ଏବେ ଏହା ସ୍ୱୀକାର କରୁଛନ୍ତି ଯେ

କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ କହିଥିବା ପରି 31 ମାର୍ଚ୍ଚ 2026 ପର୍ଯ୍ୟନ୍ତ ଦେଶରୁ

ନକ୍ସଲବାଦ ସମ୍ପୁର୍ଣ୍ଣଭାବେ ଶେଷ ହୋଇଯିବ ଏବଂ ସମ୍ପ୍ରତି ଘଟିଥିବା ଘଟଣାକ୍ରମ ସେହି ଦିଗରେ

ଶକ୍ତିଶାଳୀ ସଙ୍କେତ ଦେଉଛି।

ମାଓବାଦୀ ସଂଗଠନ ଏମଏମସି ଜୋନ

(ମହାରାଷ୍ଟ୍ର-ମଧ୍ୟପ୍ରଦେଶ-ଛତିଶଗଡ଼ ବିଶେଷ ଜୋନାଲ କମିଟି) ପ୍ରଥମଥର ଅସ୍ତ୍ର ଛାଡ଼ିବାର ଇଚ୍ଛା

ବ୍ୟକ୍ତ କରିଛି। ସେଥିପାଇଁ ପିଏଲଜିଏ ସପ୍ତାହ ସମୟରେ ସୁରକ୍ଷା ବଳଙ୍କ ଅପରେଶନ ବନ୍ଦ କରିବାକୁ

ଅନୁରୋଧ କରିଛି। ମୁଖପାତ୍ର କହିଛନ୍ତି ଯେ ଏଥର ସେମାନେ ପିଏଲଜିଏ ସପ୍ତାହ ମାନିବେ ନାହିଁ।

ଅନ୍ୟପଟେ ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ

ଦିଲ୍ଲୀ ଗସ୍ତ ପୂର୍ବରୁ ସୋମବାର ଏୟାରପୋର୍ଟରେ କହିଛନ୍ତି ଯେ, ନକ୍ସଲୀ ହିଂସା ଛାଡି

ମୁଖ୍ୟଧାରାକୁ ଫେରନ୍ତି, ଆମେ ତାଙ୍କ ସହ ନ୍ୟାୟ କରିବୁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande