ସତ୍ୟସାଇଙ୍କ ଜନ୍ମ ଶତ ବାର୍ଷିକୀ ଓ ସତ୍ୟସାଇ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ
ଧର୍ମଶାଳା, ୨୪ ନଭେମ୍ବର (ହି.ସ.)- ପୁରପଲ୍ଲୀରେ ପାଳିତ ହୋଇଯାଇଛି ସତ୍ୟସାଇ ବାବାଙ୍କ ଜନ୍ମ ଶତ ବାର୍ଷିକ ଉତ୍ସବ । ଏନେଇ ସବୁଠି ଆଧ୍ୟାତ୍ମୀକ ପରିବେଶ ସୃଷ୍ଟି ହୋଇଥିବା ବେଖିବାକୁ ମିଳିଛି । ଏହି ଅବସରରେ ଯାଜପୁର ବ୍ଲକ ଝାଲପଡା ପଂଚାୟତସ୍ଥ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ କାକୁଡିକୁଦ-ନୀଳକଣ୍ଠ
ସତ୍ୟସାଇଙ୍କ ଜନ୍ମ ଶତ ବାର୍ଷିକୀ  ଓ ସତ୍ୟ ସାଇ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ


ଧର୍ମଶାଳା, ୨୪ ନଭେମ୍ବର (ହି.ସ.)- ପୁରପଲ୍ଲୀରେ ପାଳିତ ହୋଇଯାଇଛି ସତ୍ୟସାଇ ବାବାଙ୍କ ଜନ୍ମ ଶତ ବାର୍ଷିକ ଉତ୍ସବ । ଏନେଇ ସବୁଠି ଆଧ୍ୟାତ୍ମୀକ ପରିବେଶ ସୃଷ୍ଟି ହୋଇଥିବା ବେଖିବାକୁ ମିଳିଛି । ଏହି ଅବସରରେ ଯାଜପୁର ବ୍ଲକ ଝାଲପଡା ପଂଚାୟତସ୍ଥ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ କାକୁଡିକୁଦ-ନୀଳକଣ୍ଠପୁର ଠାରେ ଶହେ ତମ ଜନ୍ମ ବାର୍ଷିକ ଉତ୍ସବ ଓ ସତ୍ୟସାଇ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସାଇ ଆଶ୍ରିତମାନଙ୍କ ପକ୍ଷରୁ ଭୋର ୫ଟାରୁ ଓଁକାର, ସୁପ୍ରଭାତମ, ସାମଜିକ ସେବା, ଷୋଡଶ ଉପଚାର ପୂଜା, ବେଦ ଉଚ୍ଚାରଣ, ନଗର ପରିକ୍ରମା ଓ ସାମୂହିକ ଭଜନ କାର୍ଯ୍ୟକ୍ରମ ସାମପନ ହୋଇଥିଲା । ପୂର୍ବାହ୍ନରେ ସତ୍ୟ ସାଇ ଖେଳ ପଡିଆରେ ସତ୍ୟସାଇ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସତ୍ୟ ସାଇ ବିଦ୍ୟା ମନ୍ଦିରର ସଭାପତି କାଶିନାଥ ବିଶ୍ୱାଳଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ରସୁଲପୁର ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଡ. ପ୍ରଭଞ୍ଜନ ପତି ଓ ମୁଖ୍ୟବକ୍ତାଭାବେ ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟର ସଂସ୍କୃତ ବିଭାଗର ଅଧ୍ୟାପକ ଡ. ରଶ୍ମୀକାନ୍ତ ଦାଶ ଓ ସମ୍ମାନୀତ ଅତିଥିଭାବେ ସୁସାହିତ୍ୟିକ ଡ. ଅଜୟ କୁମାର ଜେନା,ନୀଳକଣ୍ଠପୁର କ୍ଲଷ୍ଟର ସିଆରସିସି ସୌଦାମିନୀ ପତି, ଶିକ୍ଷାବିତ୍ ଶରତ ଚନ୍ଦ୍ର ପାଣିଗ୍ରାହୀ, ଉପ-ସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ରଘୁନାଥ ଜେନା, ଆବାହକ ଚିନ୍ମୟ ଦଳାଇ, ଲକ୍ଷ୍ମଣ ବିଶ୍ୱାଳ, ମାନୋଜ କୁମାର ଜେନା ଓ ଗୌରାଙ୍ଗ ନାୟକ ପ୍ରମୁଖ ଯୋଗ ଦେଇ ସତ୍ୟ ସାଇବାବାଙ୍କ ଜୀବନ ଦର୍ଶନ ଓ ମାନବ ସମାଜକୁ ତାଙ୍କର ଦିବ୍ୟ ବାର୍ତା ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟା ମନ୍ଦିରର କୃତି ପ୍ରତିଯୋଗିମାନଙ୍କୁ ଅତିଥିମାନେ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ସୌଭାଗ୍ୟ ସାହୁ ମଂଚ ପରିଚାଳନାରେ ସହଯୋଗ କରିଥିବା ବେଳେ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଉପେନ୍ଦ୍ର ନାଥ ସାହାଣୀ ବାର୍ଷିକ ବିବରଣୀପାଠ କରିଥିଲେ । ଶେଷରେ ଶିକ୍ଷାବିତ୍ ହେମନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କୁନିକୁନି ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଉପସ୍ଥିତ ସମସ୍ତ ଭାଇ ଭଉଣୀ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଶ୍ରୀ ସତ୍ୟ ସାଇ ସେବା ସମିତିର ସମସ୍ତ କର୍ମକର୍ତା , ସତ୍ୟସାଇ ବିଦ୍ୟା ମନ୍ଦିରର ସମସ୍ତ ଗୁରୁମାଗୁରୁଜୀ ଓ ପରିଚାଳନା କମିଟିର ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande