
ଧର୍ମଶାଳା,୨୪ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାସ୍ଥିତ ସତ୍ୟସାଇ ସେବା ସମିତି ପକ୍ଷରୁ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି ।ପ୍ରାତଃ ସାଢେ ୪ଟାରୁ ଓମ୍ କାରମ୍,ସୁପ୍ରଭାତମ୍,ନଗର ସଂକୀର୍ତନ,ଷୋଡ଼ଶଉପଚାର ପୂଜା, ପ୍ରଶାନ୍ତି ଉତୋଳନ, ବେଦପାଠ ଓ ସାମୂହିକ ଭଜନ କାର୍ଯ୍ୟକ୍ରମ କରାଯିବା ସହ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଂଟନ କରାଯାଇଥିଲା । ଶତାଧିକ ଶ୍ରଦ୍ଧାଳୁ ଭଗବାନଙ୍କ ଉଦ୍ଦେଶ୍ୟରେ ବିଶେଷ ଅର୍ଘ୍ୟପ୍ରଦାନ କରି ଆଶିଷ ଲାଭ କରିଥିଲେ । ଅପରାହ୍ନରେ ଭଗବାନ ବାବାଙ୍କୁ ସୁସଜ୍ଜିତ ବିମାନରେ ଜାମୁବଣିଆ କୁମାରୀ ଜାରକା ବଜାର ପରିକ୍ରମା କରାଯାଇଥିଲା । ସନ୍ଧ୍ୟାରେ ଜନ୍ମ ଶତବାର୍ଷିକୀ ଉତ୍ସବରେ ୧୦୦ଗୋଟି ଦୀପ ପ୍ରଜ୍ୱଳନ କରାଯିବା ସହ କେକ କଟା ଯାଇ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ପ୍ରଦାନ କରାଯାଇଥିଲା । । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଭଗବାନ ସମିତିର ସମସ୍ୟା ସମ୍ପର୍କରେ ବିଚାର ବିମର୍ଶ କରିବା ସହ ବାବାଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ । ଆବାହକ ଅର୍ଜୁନ ଚରଣ ରାଉତ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବାବେଳେ ବରିଷ୍ଠ ସାଇସେବିକା ଶୁଭଲକ୍ଷ୍ମୀ ପତି ଅତିଥିଭାବେ ଯୋଗଦେଇ ବାବାଙ୍କ ଦିବ୍ୟାଲୀଳା ଓ ଜନ୍ମ ଶତବାର୍ଷିକୀ ଉତ୍ସବରେ ଉଦ୍ଦେଶ୍ୟ ସମ୍ପର୍କରେ ସତସଙ୍ଗ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ସାଇସେବକ ଦାମୋଦର ପତି,ରଞ୍ଜନ କୁମାର ସାହୁ, ବାଳ ବିକାଶ ଗୁରୁମା ପ୍ରମୋଦିନୀ ସାମଲ,ସୋନାଲି ଦତ,ପ୍ରତିମା ସାହୁ ବେଦ ଆବୃତି କରିଥିବାବେଳେ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ଗଗନ ବିହାରୀ ସାହୁ ସଂଯୋଜନା କରିଥିଲେ ।ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଳ ବିକାଶ ଛାତ୍ରୀମାନେ ଶ୍ଳୋକ,ନୃତ୍ୟ,ସଙ୍ଗୀତ, ପରିବେଷଣ କରିଥିଲେ । ଶେଷରେ ଜନ୍ମୋତ୍ସବ ସଙ୍ଗୀତ ଗାନ କରାଯାଇଥିଲା ।ଂଆଧ୍ୟାତ୍ମିକ ସଂଯୋଜକ ନିରଞ୍ଜନ ଶାନ୍ତି, ସାଇ ସେବକ ଗୋବିନ୍ଦ ଚନ୍ଦ୍ର ସାହୁ,କ୍ଷୀତିଶ ଚନ୍ଦ୍ର ମିଶ୍ର,ବିଦ୍ୟାଧର ସାହୁ,ଯତୀନ୍ଦ୍ର ମୋହନ ଦାସ,ହେମନ୍ତ ଦାସ,ପ୍ରଫୁଲ୍ଲ ଜେନା, ପବିତ୍ର ମୋହନ ବିଶ୍ୱାଳ, ଭଜନାନନ୍ଦ ସାମଲ,ସୁଶାନ୍ତ କୁମାର ନାୟକ,ସୌରଭ ଜେନା,ସୁମନ୍ତ କୁମାର ସାହୁ,ଗଗନ ବିହାରୀ ଦତ,ଅକ୍ଷୟ କୁମାର ବେହେରା,ନରେନ୍ଦ୍ର ନାଥ ଶତପଥୀ, ମଦନାନନ୍ଦ ମଲ୍ଲିକ,ପ୍ରକାଶ ଚନ୍ଦ୍ର ନାୟକ,ଦାଶରଥି ସେଠୀ,ବାସନ୍ତୀ ବିଶ୍ୱାଳ,ମିନତୀ ବିଶ୍ୱାଳ,ମାନସୀ ବିଶ୍ୱାଳ ଓ କଳ୍ପନା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଉତ୍ସବରେ ଶତାଧିକ ଶ୍ରଦ୍ଧାଳୁମାନେ ଯୋଗଦେଇ ବାବାଙ୍କ ବିଭୂକୃପା ଲାଭ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ