ଫିଲ୍ମ ଅଭିନେତା ଧର୍ମେନ୍ଦ୍ରଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ତମାମ ବ୍ୟକ୍ତିଗଣଙ୍କ ଶୋକ ପ୍ରକାଶ
ନୂଆଦିଲ୍ଲୀ, 24 ନଭେମ୍ବର (ହି.ସ.)- ହିନ୍ଦି ସିନେମାର ବିଶିଷ୍ଟ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତରେ ସମ୍ପୂର୍ଣ୍ଣ ଦେଶରେ ଶୋକର ଲହର ଦେଖିବାକୁ ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ କଂଗ୍ରେସ ଅଧ୍ୟକ୍ଷ
ଫିଲ୍ମ ଅଭିନେତା ଧର୍ମେନ୍ଦ୍ରଙ୍କ ବିୟୋଗରେ     ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ତମାମ ବ୍ୟକ୍ତିଗଣଙ୍କ ଶୋକ ପ୍ରକାଶ


ନୂଆଦିଲ୍ଲୀ, 24 ନଭେମ୍ବର (ହି.ସ.)- ହିନ୍ଦି ସିନେମାର ବିଶିଷ୍ଟ ଅଭିନେତା

ଧର୍ମେନ୍ଦ୍ରଙ୍କ ଦେହାନ୍ତରେ ସମ୍ପୂର୍ଣ୍ଣ ଦେଶରେ ଶୋକର ଲହର ଦେଖିବାକୁ ମିଳିଛି। ରାଷ୍ଟ୍ରପତି

ଦ୍ରୌପଦୀ ମୁର୍ମୁ,

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ କଂଗ୍ରେସ ଅଧ୍ୟକ୍ଷ

ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହିତ ଦେଶର ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିତ୍ୱମାନେ ଶୋକ ପ୍ରକାଶ କରି

ତାଙ୍କର ଦେହାନ୍ତକୁ ଫିଲ୍ମ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି।

ରାଷ୍ଟ୍ରପତି ମୁର୍ମୁ ତାଙ୍କର ଶୋକ ବାର୍ତ୍ତାରେ

କହିଛନ୍ତି ଯେ ଧର୍ମେନ୍ଦ୍ରଙ୍କ ଦେହାନ୍ତ ଭାରତୀୟ ସିନେମା ପାଇଁ ଅତ୍ୟନ୍ତ ବଡ଼ କ୍ଷତି। ଦଶକ ଧରି

ଅନେକ ସ୍ମରଣୀୟ ଭୂମିକା ନିଭାଇଥିବା ଧର୍ମେନ୍ଦ୍ର ନୂତନ ପିଢ଼ୀର କଳାକାରମାନଙ୍କ ପାଇଁ ସର୍ବଦା

ପ୍ରେରଣା ସ୍ୱରୂପ ରହିବେ। ରାଷ୍ଟ୍ରପତି ତାଙ୍କର ପରିବାର ଏବଂ ଫ୍ୟାନ୍ସମାନଙ୍କ ପ୍ରତି ସମବେଦନା

ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ କହିଛନ୍ତି

ଯେ ଧର୍ମେନ୍ଦ୍ରଙ୍କ ବିଦାୟ ଭାରତୀୟ ସିନେମାର ଏକ ଯୁଗର ଶେଷ। ତାଙ୍କର ପ୍ରତ୍ୟେକ ଭୂମିକାରେ

ଥିବା ଆକର୍ଷଣ ଏବଂ ଗଭୀରତା ଅଗଣିତ ଲୋକଙ୍କୁ ପ୍ରଭାବିତ କରିଛି। ସେ ଧର୍ମେନ୍ଦ୍ରଙ୍କ ସରଳତା ଏବଂ

ନମ୍ରତାକୁ ସ୍ମରଣ କରି କହିଛନ୍ତି ଯେ ସେ ସର୍ବଦା ଲୋକମାନଙ୍କ ହୃଦୟରେ ଜୀବନ୍ତ ରହିବେ।

ଗୃହମନ୍ତ୍ରୀ ଅମିତ ଶାହ ଶ୍ରଦ୍ଧାଞ୍ଜଳି ଜଣାଇ

କହିଛନ୍ତି ଯେ ଛଅ ଦଶନ୍ଧି ଧରି ପ୍ରତ୍ୟେକ ପିଢ଼ିର ହୃଦୟକୁ ଛୁଇଁଥିବା ଧର୍ମେନ୍ଦ୍ରଙ୍କ ଦେହାନ୍ତ

ଫିଲ୍ମ ଜଗତ ପାଇଁ ଅପୂରଣୀୟ କ୍ଷତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande