
ଭୁବନେଶ୍ୱର, 24 ନଭେମ୍ବର (ହି.ସ.)- ଆସନ୍ତାକାଲି ଓଡିଶା
ଆସୁଛନ୍ତି ଶୁଭ୍ରାଂଶୁ ଶୁକ୍ଳା । ୨୬ ତାରିଖ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ଭାରତର ଗର୍ବ ତଥା ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଳା
ଓଡିଶା ଆସୁଛନ୍ତି ।୨୬ ତାରିଖରେ ଭୁବନେଶ୍ବର
ସ୍ଥିତ ସାଇଇଣ୍ଟରନ୍ୟାସନାଲ୍ ସ୍କୁଲର ଏକ କାର୍ଯ୍ୟକ୍ରମରେ
ଯୋଗ ଦେବେ । ସେଠାରେ ସେ ଛାତ୍ର
ଛାତ୍ରୀଙ୍କୁ ଉଦବୋଧନ ଦେବେ । ଏହା ସହିତ
ସ୍ପେସ ସମ୍ବନ୍ଧୀୟ ଅନେକ କଥା ମଧ୍ୟ
ରଖିବେ । ଗଗନାଯାନ ନିଜର ଅନୁଭୂତି ବିଷୟରେ
ପିଲାଙ୍କ ସହ କିଛି ମୁହୂର୍ତ୍ତ
ବାଣ୍ଟିବେ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ
ପ୍ରିନ୍ସିପାଲ ଡଃ ନୀଳକଣ୍ଠ ପାଣିଗ୍ରାହୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉପସ୍ଥିତ
ରହିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା