ଲୋକଙ୍କ ସେବକ ହେଇ କାମ କର – ସୁରେଶ ପୂଜାରୀ
ଭୁବନେଶ୍ୱର, 24 ନଭେମ୍ବର (ହି.ସ.)- ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିବା ବେଳେ ଜିଲ୍ଲାସ୍ତରରୁ ଲୋକଙ୍କ ସେବକ ହୋଇ ସମସ୍ୟା ସମାଧାନ କରିବାକୁ ଅଧିକାରୀମାନଙ୍କୁ ଚେତାବନୀ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଅଭିଯୋଗ ଶୁଣାଣିକୁ ଅନେକ ଲୋକ ଜିଲ୍
ଲୋକଙ୍କ ସେବକ ହେଇ     କାମ କର – ସୁରେଶ ପୂଜାରୀ


ଭୁବନେଶ୍ୱର, 24 ନଭେମ୍ବର (ହି.ସ.)- ଅଭିଯୋଗ

ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିବା ବେଳେ ଜିଲ୍ଲାସ୍ତରରୁ ଲୋକଙ୍କ ସେବକ ହୋଇ ସମସ୍ୟା

ସମାଧାନ କରିବାକୁ ଅଧିକାରୀମାନଙ୍କୁ ଚେତାବନୀ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ଅଭିଯୋଗ ଶୁଣାଣିକୁ

ଅନେକ ଲୋକ ଜିଲ୍ଲା ସ୍ତରରୁ ଅଭିଯୋଗ ନେଇ ଆସିଥିଲେ । ଅଭିଯୋଗ ଗୁଡ଼ିକର ସମାଧାନ ଜିଲ୍ଲା ସ୍ତରରେ

ହୋଇପାରିଥାନ୍ତା। ଏସବୁ ଅଭିଯୋଗ ଶୁଣି ରାଜସ୍ବ ମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ, ମୂଳ

ଦିନରୁ ସରକାରଙ୍କ ଗୋଟିଏ ନିୟମ ଲୋକଙ୍କ ସେବକ ହୋଇ କାମ କର। ଯିଏ କାର୍ଯ୍ୟାଳୟକୁ ଆସୁଛି ଚେୟାର

ଦିଅ ବସିବାକୁ , ପିଇବାକୁ

ପାଣି ଗ୍ଲାସ୍ ଦିଅ, ଧୈର୍ଯ୍ୟର ସହ ସମସ୍ୟା ଶୁଣ ଏବଂ ନିର୍ଦ୍ଧିଷ୍ଟ

ସମୟରେ ସମସ୍ୟା ସମାଧାନ କର। ଅନେକଙ୍କ ଉପରେ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନିଆସରିଛି। ଏ ନିୟମ

ଜିଲ୍ଲାରୁ ନେଇ ମୋ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଲାଗୁ। ଲୋକଙ୍କ ସେବକ ହୋଇ କାମ କର ନହେଲେ

ସରକାରଙ୍କ ଲାଉଡ ମେସେଜ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande