ବିଦ୍ୟୁତ ବିଲ ପୈଠ ନାମରେ ଠକେଇ ଅଭିଯୋଗ : ୩ ଜଣ ଆନ୍ତଃ ରାଜ୍ୟ ସାଇବର ଠକ ଗିରଫ
୩ଜଣ ଆନ୍ତରାଜ୍ୟ ସାଇବର ଠକ ଗିରଫ
3 Antarajya Cyber Thaka Giraf


ବାରିପଦା, ୨୫ ନଭେମ୍ବର (ହି.ସ.)- ବିଦ୍ୟୁତ ବିଲ ପୈଠ ନାମରେ ବ୍ୟକ୍ତିଙ୍କ ଠାରୁ ୯୯, ୦୦୦ ଟଙ୍କା ଠକେଇ ଅଭିଯୋଗରେ ୩ ଜଣ ଆନ୍ତଃରାଜ୍ୟ ସାଇବର ଠକ ଗିରଫ ହୋଇଛନ୍ତି। ସେମାନେ ହେଲେ ଚଣ୍ଡିଗଡ଼ର ମଣିମାଜରା ଥାନା ଅନ୍ତର୍ଗତ ମରାୱାଲା ଗ୍ରାମର ଭନିଷ କୁମାର (୧୯), ଉତ୍ତରାଖଣ୍ଡର କେଲାଖେରା ଜିଲ୍ଲା ଉଧମପୁର୍ ଅଞ୍ଚଳର ରାହି ସାଇଫି ଓ୍ୱାହିଦ (୨୫) ଓ ପଞ୍ଜାବର ମୋହାଲି ବଳାଙ୍ଗି ଥାନା ବରମାଞ୍ଜରେ ଅଞ୍ଚଳର ରୋହିତ ରମା (୨୩)। ସମସ୍ତେ ଚଣ୍ଡୀଗଡ଼ରେ ରହି ସାଇବର ଅପରାଧ ଚଳାଇଥିଲେ।

ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ତଥା ଏନଏସି ଅନ୍ତର୍ଗତ ୱାର୍ଡ ନମ୍ବର ୧ ଅଞ୍ଚଳର ଏକ ବିଦ୍ୟୁତ ଉପଭୁକ୍ତାଙ୍କ ବିଦ୍ୟୁତ ବିଲ ପୈଠ ସଂକ୍ରାନ୍ତରେ ଫୋନ କରିଥିଲେ। ବିଲ ପୈଠ ବାହାନାରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯୯,୦୦୦ ହଜାର ଟଙ୍କା ଟ୍ରାନ୍ସଫର କରାଇ ନେଇଥିଲେ। ଯାହାକୁ ନେଇ ସେ ସାଇବର ହେଲ୍ପଲାଇନ ନମ୍ବର ଓ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସାଇବର ଥାନା ଓ କରଞ୍ଜିଆ ପୋଲିସ ପକ୍ଷରୁ ତଦନ୍ତ କରି ଚଣ୍ଡୀଗଡ଼ ଲିଙ୍କ ବାହାର କରିଥିଲେ ଏବଂ ମୟୂରଭଞ୍ଜର ଏକ ପୋଲିସ ଟିମ ଚଣ୍ଡୀଗଡ଼ ଯାଇ ସ୍ଥାନୀୟ ପୋଲିସ ସହାୟତାରେ ୩ ଜଣକୁ ସାଇବର ଠକଙ୍କୁ ଗିରଫ କରିଛନ୍ତି। ଏନେଇ କରଞ୍ଜିଆ ଥାନାରେ ମାମଲା ରୁଜ୍ଜୁ କରି ୩ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande