ଘଟଗାଁ ମା ତାରିଣୀ ମନ୍ଦିରରେ ଆଦିତ୍ୟ ବାହିନୀର ସେବା ଶିବିର
କେନ୍ଦୁଝର, 25 ନଭେମ୍ବର (ହି.ସ.)ଜଗତଗୁରୁ ଶଙ୍କରାଚାର୍ଯ୍ୟ ମଠ, ପୁରୀ ଦ୍ୱାରା ପରିଚାଳିତ ସେବା ବାହିନୀ, ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ କେନ୍ଦୁଝର କ୍ଷେତ୍ର ର ସାଭ୍ୟ -ସଭ୍ୟା ଘଟଗାଁ ମନ୍ଦିର ସଫେଇ କରିଛନ୍ତି। କେନ୍ଦୁଝର କ୍ଷେତ୍ରିୟ ସମ୍ପାଦକ ପ୍ରହ୍ଲାଦ ମହାନ୍ତ ଙ୍କ ନେତୃତ୍ୱ ରେ, ଓ ଘଟଗାଁ ଶାଖ
ଘଟଗାଁ ମା ତାରିଣୀ ମନ୍ଦିରରେ ଆଦିତ୍ୟ ବାହିନୀର ସେବା ଶିବିର


କେନ୍ଦୁଝର, 25 ନଭେମ୍ବର (ହି.ସ.)ଜଗତଗୁରୁ ଶଙ୍କରାଚାର୍ଯ୍ୟ ମଠ, ପୁରୀ ଦ୍ୱାରା ପରିଚାଳିତ ସେବା ବାହିନୀ, ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ କେନ୍ଦୁଝର କ୍ଷେତ୍ର ର ସାଭ୍ୟ -ସଭ୍ୟା ଘଟଗାଁ ମନ୍ଦିର ସଫେଇ କରିଛନ୍ତି। କେନ୍ଦୁଝର କ୍ଷେତ୍ରିୟ ସମ୍ପାଦକ ପ୍ରହ୍ଲାଦ ମହାନ୍ତ ଙ୍କ ନେତୃତ୍ୱ ରେ, ଓ ଘଟଗାଁ ଶାଖା କାର୍ଯ୍ୟ ସଚିବ ତପନ କୁମାର ବେହେରା ଙ୍କ ସଂଯୋଜନା ରେ ସେବା କାର୍ଯ୍ୟ ସୋମବାର ଓ ମଙ୍ଗଳବାର ଦୁଇ ଦିନ ମା ଙ୍କ ମନ୍ଦିର ପୁଷ୍କରଣୀ, ପଛପଟ ଗାଡିପୂଜା ରାସ୍ତା, ଦୀପ ସ୍ଥାନ ମୁଖ୍ୟ ମନ୍ଦିର ଡ୍ରେନ କୁ ସ୍ବେଛାସେବୀ ମାନେ ସଫା କରିଛନ୍ତି ଓ ମା ଙ୍କ ପୀଠ ରୁ ବାହାରୁଥିବା ବିଭିନ୍ନ ଅଦରକରି ଦ୍ରବ୍ୟ କୁ ଆଦିତ୍ୟ ବାହିନୀ ଓ ଆନଂଦ ବାହିନୀ ସଦସ୍ୟ, ସଦସ୍ୟା ମିଳିତ ହୋଇ ବାହାରେ ପକାଇ ଥିଲେ, ଆଦିତ୍ୟ ବାହିନୀ ର ଦଶରଥ ମହାନ୍ତ, ଦୀପୁମ ହାରଣା,ତୃପ୍ତି ରଞ୍ଜନ ସାହୁ, ଜଟିଆ ସଂଡ଼ିଲ, ଡ୍ରାଇଭର ମୁଣ୍ଡା, ରବୀନ୍ଦ୍ର ନାଏକ, ସତ୍ୟବାନ ମହାନ୍ତ, ଟିଂକୁ ମହାପାତ୍ର, ବିଭୀଷଣ ମହାରଣା,ଚନ୍ଦନ ପାତ୍ର, ସାରଥୀ ପାତ୍ର, ଥିବାବେଳେ ଆନନ୍ଦ ବାହିନୀ ର ରଶ୍ମି ମହାରଣା ଙ୍କ ନେତୃତ୍ୱ ରେ ଦମୟନ୍ତୀ ମହାନ୍ତ, ପାର୍ବତୀ ମୁଣ୍ଡା, ପ୍ରତିମା ମହାନ୍ତ, ପ୍ରିୟଙ୍କା ମହାନ୍ତ, ରଂଜିତା ମହାନ୍ତ, ବିଶାଖା ନାୟକ, ଶ୍ରାବଣୀ ଲୋହାର ପ୍ରମୁଖ ପଚାଶ ଜଣ ରୁ ଉର୍ଦ୍ଧ ସାଭ୍ୟ ଓ ସଭ୍ୟା ସେବାକାର୍ଯ୍ୟ କରି ଥିଲେ, ମନ୍ଦିର ଟ୍ରଷ୍ଟ, ସେବାୟତ, ଓ ପୂଜକ ମାନଙ୍କ ର ସହଯୋଗ ଓ ଉତ୍ସାହ ସମସ୍ତ ଙ୍କୁ ଆଗାମୀ ସେବା କାମ ପାଇଁ ପ୍ରେରଣା ଯୋଗାଇ ଥିବା ପ୍ରହ୍ଲାଦ ମହାନ୍ତ ମତାମତ ଦେଇ ଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande