ଷଣ୍ଢ ସହ ଅମ୍ବୁଲାନ୍ସ ଧକ୍କା, ଷଣ୍ଢର ମୃତ୍ୟୁ
କୋରାଇ, ୨୫ ନଭେମ୍ବର(ହି.ସ.) –ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଟକର ବ୍ରିଜ ନିକଟରେ ଆଜି ସନ୍ଧ୍ୟାରେ ଏକ ଅମ୍ବୁଲାନ୍ସ ସମ୍ମୁଖକୁ ଏକ ଷଣ୍ଢ ମାଡି ଆସିବାରୁ ଅମ୍ବୁଲାନ୍ସଟି ଦୁର୍ଘଟଣାର ଶିକାର ହେବା ସହ ଘଟଣାସ୍ଥଳେ ଷଣ୍ଢର ମୃତ୍ୟୁ ଘଟିଛି । ପ୍ରକାଶଯେ କଟକ ବଡ ମେଡିକାଲରୁ ରୋଗୀ ନେ
ଷଣ୍ଢ ସହ ଅମ୍ବୁଲାନ୍ସ ଧକ୍କା, ଷଣ୍ଢର ମୃତ୍ୟୁ


କୋରାଇ, ୨୫ ନଭେମ୍ବର(ହି.ସ.) –ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଟକର ବ୍ରିଜ ନିକଟରେ ଆଜି ସନ୍ଧ୍ୟାରେ ଏକ ଅମ୍ବୁଲାନ୍ସ ସମ୍ମୁଖକୁ ଏକ ଷଣ୍ଢ ମାଡି ଆସିବାରୁ ଅମ୍ବୁଲାନ୍ସଟି ଦୁର୍ଘଟଣାର ଶିକାର ହେବା ସହ ଘଟଣାସ୍ଥଳେ ଷଣ୍ଢର ମୃତ୍ୟୁ ଘଟିଛି । ପ୍ରକାଶଯେ କଟକ ବଡ ମେଡିକାଲରୁ ରୋଗୀ ନେଇ ଏକ ଆମ୍ବୁଲାନ୍ସ ପଶ୍ଚିମବଂଗ ମେଦିନାପୁର ଯାଉଥିଲା । ଟିକର ବ୍ରିଜ ନିକଟରେ ଷଣ୍ଢ ସହ ତାର ଧକ୍କା ହୋଇଥିଲା । ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଅଭିମୂଖେ ଫେରୁଥିବା ଏକ ଆମ୍ବୁଲାନ୍ସ(ଡ଼ବ୍ଲ୍ୟୁ ବି୨୯ଇ୮୫୪୧) ଟିକର ପୋଲ ଉପରେ ଏକ ଷଣ୍ଢ ସହିତ ମୁହାମୁହିଁ ଧକ୍କା ହୋଇଥିଲା। ଫଳରେ ଆମ୍ବୁଲାନ୍ସରେ ଥିବା ଜୟନ୍ତୀ ସି ଓ ତାଙ୍କ ପୁଅ ବିରେଶ ସି ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର ପାଇ ପାଣିକୋଇଲି ପୁଲିସ ଓ ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୁପର ସଦସ୍ୟ ମାନେ ଘଟଣାସ୍ଥଳରେ ପହଂଚି ଆହତ ଦ୍ୱୟଙ୍କୁ ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେଁ ଯାଜପୁର ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି। ପୁଲିସ ଆମ୍ବୁଲାନ୍ସଟିକୁ ଜବତ କରିଛି।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande