ଲିଙ୍ଗ ଭିତିକ ହିଂସା ବିରୋଧରେ ସଚେତନତା ଅଭିଯାନ ଓ ଶପଥ ପାଠ
କେନ୍ଦ୍ରାପଡା, ୨୫ ନଭେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଶକ୍ତି ସଦନ ଏବଂ ଉଆନ ଷ୍ଟଫ ସେଣ୍ଟରର ମିଳିତ ସହଯୋଗ ମହିଳା ଏବଂ ବାଳିକାଙ୍କ ପ୍ରତି ହେଉଥିବା ହିଂସାକୁ ସମାପ୍ତ କରିବା ଉଦ୍ଦେଶ୍ୟ ନେଇ ୧୬ ଦିନିଆ ସଚେତନତା କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ) ନବକ୍ରିଷ
ଲିଙ୍ଗ ଭିତିକ ହିଂସା ବିରୋଧରେ ସଚେତନତା ଅଭିଯାନ ଓ ଶପଥ ପାଠ


କେନ୍ଦ୍ରାପଡା, ୨୫ ନଭେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଶକ୍ତି ସଦନ ଏବଂ ଉଆନ ଷ୍ଟଫ ସେଣ୍ଟରର ମିଳିତ ସହଯୋଗ ମହିଳା ଏବଂ ବାଳିକାଙ୍କ ପ୍ରତି ହେଉଥିବା ହିଂସାକୁ ସମାପ୍ତ କରିବା ଉଦ୍ଦେଶ୍ୟ ନେଇ ୧୬ ଦିନିଆ ସଚେତନତା କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ) ନବକ୍ରିଷ୍ଣ ଜେନା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଅତିରିକ୍ତ ଜିଲ୍ଲାପାଳ ସ୍ଥାନୀୟ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟଠାରୁ ରାଲିର ଶୁଭାରମ୍ଭ କରିଥିଲେ। ଏହା ସହିତ ମହିଳା ବିରୁଦ୍ଧରେ ହେଉଥିବା ହିଂସାକୁ ରକିବା ପାଇଁ ଶପଥପାଠ କରାଯାଇଛି। ରାଲି ସହର ପରିକ୍ରମା କରିଥିଲା। ଏହି ସଚେତନତା କାର୍ଯ୍ୟକ୍ରମ ଆଜି ଠାରୁ ଆସନ୍ତା ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ ବ୍ଲକ, ପଂଚାୟତ ସମେତ ବିଭିନ୍ନ ଅନୁଷ୍ଠାନ ଏବଂ ବିଭିନ୍ନ ଵର୍ଗକୁ ସାମିଲ କରାଯାଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି ସମେତ ଅଙ୍ଗନବାଡି କର୍ମୀ, ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟା,ଶକ୍ତି ସଦନ ସଦସ୍ୟ, ହବ ଷ୍ଟାଫଙ୍କ ସହ ପ୍ରାୟ ୮୦ ଜଣ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande