
କଟକ, ୨୫ ନଭେମ୍ବର (ହି.ସ.)- ୧୬ ନମ୍ବର ଜାତୀୟ ରାଜପଥର କଟକ ଜିଲା ଟାଙ୍ଗୀ ରଜକଣା ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ୟାଙ୍କର ସହିତ ପିଟିହେଲା ବୋଲେରୋ । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଚାଳକ ସମେତ ଦୁଇ ଜଣ ପୁରୁଷ ରହିଛନ୍ତି । ଗୁରୁତର ଭାବେ ଆହତ ହୋଇଥିବା ଦୁଇ ଜଣଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ମଙ୍ଗଳବାର ସକାଳେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ପ୍ରାପ୍ତ ସୂଚନା ମୁତାବକ, ବୋଲେରୋଟି କଟକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ଟ୍ୟାଙ୍କର ସହ ପିଟି ହୋଇଥିଲା । ଫଳର ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଥିଲେ । କଟରରେ କାଟି ଦୁର୍ଘଟଣାଗ୍ରସ୍ତ ବୋଲେରୋରୁ ମୃତଦେହ ଗୁଡିକୁ ବାହାର କରିଛି ଅଗ୍ନିଶମ ବାହିନୀ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଅଦ୍ୟାବଧି ମୃତକ ମାନଙ୍କ ପରିଚୟ ମିଳିପାରିନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ