


ସୁବର୍ଣ୍ଣପୁର, ୨୫ ନଭେମ୍ବର (ହି.ସ.)- ବିନିକା -ଏସ ରାମପୁର ମୁଖ୍ୟରାସ୍ତାର ସିଂଘିଯୁବା ବ୍ରିଜ ଉପରୁ ତଳକୁ ଖସିଲା ବସ। ଫଳରେ ୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି |
ସୂଚନା ଅନୁସାରେ, ଭୁବନେଶ୍ୱରରୁ ଦିପ୍ତୀପୁର (ପଦ୍ମପୁର) ଅଭିମୁଖେ ଯାଉଥିବା ଜୟଭୋଲେ ନାମକ ରାତ୍ରିକାଳୀନ ଘରୋଇ ବସ ନଂ (ଓଡି୩୧କେ୯୦୯୯ ) ଆଜି ପାହାନ୍ତିଆ ସମୟରେ ଭାରସାମ୍ୟ ହରାଇ ସିଂଘିଯୁବା ପୋଲ ଉପରୁ ତଳକୁ ଖସି ପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା |ସ୍ଥାନୀୟ ଲୋକେ ତୁରନ୍ତ ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ | ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ପହଂଚି ଆହତମାନଙ୍କୁ ବିନିକା ଡାକ୍ତରଖାନାକୁ ଆଣିଥିଲେ |୧୪ ଜଣ ବିନିକା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତର ଥିବା ଅନ୍ୟ ୫ ଜଣଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ବିନିକା ଡାକ୍ତରଖାନାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ. ନୃପରାଜ ସାହୁ,
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ପହଂଚି ଗୁରୁତର ମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ସମସ୍ତଙ୍କୁ କିପରି ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ ସେନେଇ ଜିଲ୍ଲାପାଳ ଶ୍ରୀ ସାହୁ ଗୁରୁତ୍ଵାରୋପ କରିଛନ୍ତି |
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ