
ଭଦ୍ରକ, ୨୫ ନଭେମ୍ବର (ହି.ସ.) - ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରିସରରେ ବିଦ୍ୱତ୍ ପରିଷଦ ଦ୍ୱାରା ଆୟୋଜିତ ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ବିଶ୍ୱ ସଂସ୍କୃତ ସଙ୍ଘଟନ, ପୋଲାଣ୍ଡର କେନ୍ଦ୍ରୀୟ ସଭାପତି ଓ ଲୋକଭାଷା ପ୍ରଚାର ସମିତିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ା ସଦାନନ୍ଦ ଦୀକ୍ଷିତ ସଂସ୍କୃତ ଶାରଦା ଉପାଧି ରେ ବିଭୂଷିତ ହୋଇଛନ୍ତି । ବିଦ୍ୱତ୍ପରିଷଦର ରଜତ ଜୟନ୍ତୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିହାରର ରାଜ୍ୟପାଳ ବିଦ୍ୱାନ ଅରିଫ ମୋହମ୍ମଦ ଖାଁ ଯୋଗଦେଇ ବେଦାନ୍ତ ଦର୍ଶନ ଉପରେ ଦୀକ୍ଷାନ୍ତ ଭାଷଣ ଦେଇ ଭାରତୀୟ ଜ୍ଞାନ ପରମ୍ପରା ର ସୁରକ୍ଷା ପାଇଁ ବିଦ୍ୱାନ ସମାଜକୁ ପରାମର୍ଶ ଦେଇଥିଲେ । ପରିଷଦର ଅଧ୍ୟକ୍ଷ ହିନ୍ଦୁ ବିଶ୍ୱବିଦ୍ୟାଳୟ ର ଡିନ ପ୍ର. ଜୟଶଙ୍କରଲାଲ ତ୍ରିପାଠୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ପାଂଚ ଶତାଧିକ ବିଦ୍ୱାନ ତଥା ନେପାଳ ର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ହେମାନନ୍ଦ ଗିରି ଓ ନିମ୍ବାର୍କ ଆଚାର୍ଯ୍ୟ ପଦ୍ମନାଭ ଶରଣଦେବ ମହାରାଜ, ପୂର୍ବ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଡ଼ା. ମହେନ୍ଦ୍ର ନାଥ ପାଣ୍ଡେୟ ଯୋଗ ଦେଇ ଭାରତୀୟ ସଂସ୍କୃତ ସଂସ୍କୃତି ଓ ସନାତନ ଧର୍ମର ସୁରକ୍ଷା ଓ ପ୍ରସାର ନିମିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଥିଲେ। ମହାସଚିବ ଡ଼ କାମେଶ୍ୱର ଉପାଧ୍ୟାୟ ସଭା ସଂଚାଳନ କରିଥିଲେ ଏବଂ ପ୍ର. ରାମପୂଜନ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ