ଚୋରି ସନ୍ଦେହରେ ଯୁବକଙ୍କୁ ଅଟକ
ଭଦ୍ରକ, ୨୫ ନଭେମ୍ବର (ହି.ସ.) - ଚୋରି ସନ୍ଦେହରେ ଦୁଇ ଯୁବକଙ୍କୁ ଖୁଂଟରେ ବାନ୍ଧି ନିର୍ଧୁମ ଛେଚିଲେ ମିଠିଗାଁ ଗ୍ରାମବାସୀ । ପ୍ରକାଶ ଯେ ସୋସୋ ଥାନା ଅଧିନ ମିଠିଗାଁ ଗ୍ରାମରେ ବିଳମ୍ବିତ ରାତ୍ରରେ ବୁଲୁଥିବା ଦୁଇ ଅପରିଚିତ ଯୁବକଙ୍କୁ ଅଟାକାଇଥିଲେ ଗ୍ରାମବାସୀ । ଯୁବକ ଦ୍ୱୟଙ୍କ କଥାରେ ତାଳମେଳ ନ ରହିବା
ଚୋରି ସନ୍ଦେହରେ ଯୁବକଙ୍କୁ ଅଟକ


ଭଦ୍ରକ, ୨୫ ନଭେମ୍ବର (ହି.ସ.) - ଚୋରି ସନ୍ଦେହରେ ଦୁଇ ଯୁବକଙ୍କୁ ଖୁଂଟରେ ବାନ୍ଧି ନିର୍ଧୁମ ଛେଚିଲେ ମିଠିଗାଁ ଗ୍ରାମବାସୀ । ପ୍ରକାଶ ଯେ ସୋସୋ ଥାନା ଅଧିନ ମିଠିଗାଁ ଗ୍ରାମରେ ବିଳମ୍ବିତ ରାତ୍ରରେ ବୁଲୁଥିବା ଦୁଇ ଅପରିଚିତ ଯୁବକଙ୍କୁ ଅଟାକାଇଥିଲେ ଗ୍ରାମବାସୀ । ଯୁବକ ଦ୍ୱୟଙ୍କ କଥାରେ ତାଳମେଳ ନ ରହିବାରୁ ଗ୍ରାମବାସୀଙ୍କ ସନ୍ଦେହ ଉପୁଜି ଥିଲା । ଚୋରି ସନ୍ଦେହରେ ସେମାନଙ୍କୁ ଅଟକାଇ ପଚରାଉଚରା କରୁଥିବା ବେଳେ ଇନଷ୍ଟାଗ୍ରାମରେ ପରିଚିତ ହୋଇ ଜଣେ ଯୁବତୀକୁ ଭେଟିବାକୁ ଆସିଥିବା ଯୁବକ ମାନିଥିଲେ । ଯୁବକ ଦ୍ୱୟ ଆଗରପଡା ଥାନା ଅଧିନ ଚାରିଗାଁ ଗ୍ରାମର ସୁବାଷ ଟୁଡୁ ଓ ନିର୍ମଳ ସାହୁ ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଣେ ପୋଲିସ୍ ବିଭାଗରେ କାର୍ଯ୍ୟରତ ଅଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande