ନିଜର ଓ ଶିଶୁପୁତ୍ରର ସୁରକ୍ଷା ସହ ନ୍ୟାୟ ପାଇଁ ଏସପିଙ୍କୁ ଭେଟିଲେ ପିଡିତା
କୋରାଇ, ୨୫ ନଭେମ୍ବର(ହି.ସ.) – ଶାଶୁ ଘରେ ନିଜକୁ ଅସୁରକ୍ôଷତ ଭାବି ନିଜ ଜୀବନ ଓ ଶିଶୁ ପୁତ୍ରର ଜୀବନର ସୁରକ୍ଷା ପାଇଁ ଆଜି ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସପିଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରୀ କରିଛନ୍ତି ପିଡିତା । ବୈରୀ ଥାନା ଅନ୍ତର୍ଗତ ବୈରୀ ଠେଂଗଡ ଗ୍ରାମର ତ୍ରିଲୋଚନ ନାୟକଙ୍କ କନ
ନିଜର ଓ ଶିଶୁପୁତ୍ରର ସୁରକ୍ଷା ସହ ନ୍ୟାୟ ପାଇଁ ଏସପିଙ୍କୁ ଭେଟିଲେ ପିଡିତା


କୋରାଇ, ୨୫ ନଭେମ୍ବର(ହି.ସ.) – ଶାଶୁ ଘରେ ନିଜକୁ ଅସୁରକ୍ôଷତ ଭାବି ନିଜ ଜୀବନ ଓ ଶିଶୁ ପୁତ୍ରର ଜୀବନର ସୁରକ୍ଷା ପାଇଁ ଆଜି ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସପିଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରୀ କରିଛନ୍ତି ପିଡିତା । ବୈରୀ ଥାନା ଅନ୍ତର୍ଗତ ବୈରୀ ଠେଂଗଡ ଗ୍ରାମର ତ୍ରିଲୋଚନ ନାୟକଙ୍କ କନ୍ୟ ରଂଜିତା ନାୟକ ଗତ ୨୦୨୦ ମସିହାରେ ବଡଚଣା ଥାନା ଅନ୍ତର୍ଗତ ଦର୍ପଣିଗଡ ବାଘୁଆ ଗ୍ରାମର ଧ୍ରୁବାନନ୍ଦ ରାଉତଙ୍କ ପୁଅ ବ୍ରହ୍ମାନନ୍ଦ ରାଉତଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କର ୨ ବର୍ଷର ଏକ ଶିଶୁ ପୁତ୍ର ରହିଛି । କିନ୍ତୁ ଏବେ ଶାଶୁଘର ପରିବାର ପକ୍ଷରୁ ସ୍ୱାମୀ, ଶଶୁର, ଦେଢଶୁର, ଯା ପକ୍ଷରୁ ବାରମ୍ବାର ମାନସିକ ଓ ଶରୀରିକ ନିର୍ଯ୍ୟାତନା ଦିଆଯାଉଛି । ଯାହା ଫଳରେ ଜୀବନରୁ ମାରିଦେବାର ଧମକ ଦିଆଯିବାରୁ ସେ ନିଜକୁ ସୁରକ୍ôଷତ ମଣୁ ନାହାନ୍ତି । ଏନେଇ ବଡଚଣା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ୩୫୦/୨୫ ରୁଜ୍ଜୁ କରିଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି । ଫଳରେ ରଂଜିତା ନିରାଶ ହୋଇ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ତ ହୋଇଛି ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande