
କେନ୍ଦ୍ରାପଡା, ୨୫ ନଭେମ୍ବର (ହି.ସ.)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଶିଶୁ ସୁରକ୍ଷା ବ୍ୟବସ୍ଥା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ସହଭାଗିତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । କଲେଜର ଶକ୍ତିଶ୍ରୀ ପ୍ରକୋଷ୍ଠର ସଂଯୋଜିକା ପୁର୍ବାସା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମର ବିଷୟ ବସ୍ତୁ ଉପରେ ଧାରଣା ପ୍ରଦାନ କରିଥିଲେ । କଲେଜର ଆନ୍ତରିଣ ଗୁଣବତା ଆଶ୍ୱାସନା ପ୍ରକେଷ୍ଠର ସଂଯୋଜିକା ଡଃ. ଦିପ୍ତୀମୟୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ସି.ଡି.ପି.ଓ. କାର୍ଯ୍ୟ।ଳୟ ତରଫରୁ ଆଇ.ସି.ଡି.ଏସ୍. ପର୍ଯ୍ୟବେକ୍ଷକ ସୁନିତା ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କନକଲତା ବେହେରା, ଆଇନ ସୁରକ୍ଷା ଅଧିକାରୀ ବିବେକାନନ୍ଦ ଅଟୋବୁଦ୍ଧି ଏବଂ ସାମାଜିକ କର୍ମୀ ବ୍ରଜ ପ୍ରସାଦ ପତି ବିଷୟବସ୍ତୁ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ ।
ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶକ୍ତିଶ୍ରୀ ଶ୍ରମ ଶକ୍ତିକର ପ୍ରକେଷ୍ଠର ଶକ୍ତିଶ୍ରୀ ସାଥୀ ଛାତ୍ରୀ ଅଲିଶା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । କଲେଜର ସମାଜ ବିଜ୍ଞାନ ବିଭାଗର ଅଧ୍ୟାପିକା ସ୍ୱାଧିନ ପ୍ରିୟଦର୍ଶିନୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି