ବନ୍ଧ ସୁରକ୍ଷା ନିମନ୍ତେ ସାମୁହିକ ସଚେତନତା କାର୍ଯ୍ୟକ୍ରମ
ଜୟପୁର, ୨୫ ନଭେମ୍ବର (ହି.ସ.)- ଓଡିଶା ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ବନ୍ଧ ସୁରକ୍ଷା ନିମନ୍ତେ ସାମୁହିକ ସଚେତନତା କାର୍ଯ୍ୟକ୍ରମ କୋଲାବ ଡ୍ୟାମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଇ˚. ଶିବ ପ୍ରସାଦ ପାଣିଗ୍ରାହୀ ଉପସ୍ଥିତ ରହି ସ୍ବାଗତ ଭାଷଣ ଦେବା ସହ ଆଜିର କାର୍ଯ୍ୟକ୍ରମର ତା
ବନ୍ଧ ସୁରକ୍ଷା ନିମନ୍ତେ ସାମୁହିକ ସଚେତନତା କାର୍ଯ୍ୟକ୍ରମ


ଜୟପୁର, ୨୫ ନଭେମ୍ବର (ହି.ସ.)- ଓଡିଶା ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ବନ୍ଧ ସୁରକ୍ଷା ନିମନ୍ତେ ସାମୁହିକ ସଚେତନତା କାର୍ଯ୍ୟକ୍ରମ କୋଲାବ ଡ୍ୟାମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଇ˚. ଶିବ ପ୍ରସାଦ ପାଣିଗ୍ରାହୀ ଉପସ୍ଥିତ ରହି ସ୍ବାଗତ ଭାଷଣ ଦେବା ସହ ଆଜିର କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ଏନଡିଏସଏ ନିର୍ଦ୍ଦେଶକ ମହେନ୍ଦ୍ର ସି˚ ବର୍ମା ଉପସ୍ଥିତ ରହି ହିରାକୁଦ ବନ୍ଧ ଓ କୋଲାବ ବନ୍ଧ ଉପରେ ପାର୍ଥକ୍ୟ ଓ ଏହାର ସୁରକ୍ଷା କିପରି କରାଯାଇପାରିବ ସେନେଇ ଆଲୋଚନା କରିଥିଲେ। ପ୍ରଥମେ ଡ୍ୟାମ ପାଣି ସୁରକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏପରିକି ଡ୍ୟାମରେ ସିକ୍ୟୁରିଟି ବ୍ୟବସ୍ଥା ମଧ୍ୟ କଡାକଡି ହେବା ଆବଶ୍ୟକ ବୋଲି କହିଥିଲେ। ତଳ ଅଞ୍ଚଳର ଲୋକମାନେ ବନ୍ୟା ସମୟରେ କିପରି ନିଜେ ଏବ˚ ନିଜ ପରିବାରକୁ ରକ୍ଷା କରିପାରିବେ ସେନେଇ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ। ବିପଦ ସଙ୍କେତ ଆସିଲେ ଯେଉଁ ଆଲାରାମ ବାଜିବ ସେନେଇ ସମସ୍ତେ ସଚେତନ ହେବା ପାଇଁ ପରାମର୍ଶ ଦେଇଥିଲେ। ପାଣି ପଞ୍ଚାୟତର ସଦସ୍ୟ ଅକ୍ଷୟ କୁମାର ମିଶ୍ର ଉପସ୍ଥିତ ରହି କୋଲାବ ଡ୍ୟାମ ନିକଟରେ ମୋବାଇଲ ନେଟୱାର୍କ ସିଷ୍ଟମ ନଥିବା ଯୋଗୁଁ ଅନେକ ଅସୁବିଧା ପରିଲିକ୍ଷିତ ହେଉଛି। ଯାହା ଫଳରେ କିଛି ସମସ୍ୟା ହେଲେ ଯୋଗାଯୋଗ ହୋଇ ପାରୁନାହିଁ ବୋଲି କହିଥିଲେ। ଏନଆରଏଫ ର ନଗେନ୍ଦ୍ର ଶର୍ମା ଉପସ୍ଥିତ ରହି ବନ୍ୟା ବାତ୍ୟା ହେଲେ ନିଜକୁ କିପରି ରକ୍ଷା କରିପାରିବ ସେନେଇ ଆଲୋଚନା କରିଥିଲେ। ଡ୍ୟାମରେ ପଡିଗଲେ କିମ୍ବା ବୁଡିଗଲେ କିପରି ନିଜକୁ ରକ୍ଷା କରିପାରିବ ସେନେଇ ମଧ୍ୟ ଲୋକଙ୍କୁ ସଚେତନ କରାଇଥିଲେ।

ଦ୍ବିତୀୟ ଅଧିବେଶନରେ ଡ୍ୟାମ ତଳ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ସହ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିପିଏମୟୁ ଡେପୁଟି ଡାଇରେକ୍ଟର ବିକ୍ରମ ପାତ୍ର, ଜେ. ସୁମା ପ୍ରଧାନ, କୋଲାବ ଡ୍ୟାମ ନିରିକ୍ଷକ ସନ୍ତୋଷ କୁମାର ବେହେରା, ରାମ କିଶୋର ବେହେରା, ମନୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande