
ବାରିପଦା, ୨୫ ନଭେମ୍ବର (ହି.ସ.)- ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅଞ୍ଚଳରେ ଦ୍ରୁତଗାମୀ ବାଇକ ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଉକ୍ତ ଥାନା ଅନ୍ତର୍ଗତ କୁଦାହାଁସଦା ଗ୍ରାମର ହରିଶ ଚନ୍ଦ୍ର ନାୟକ(୫୦)। ସେ ଗ୍ରାମ ରାସ୍ତାରେ ସାଇକେଲ୍ ଯୋଗେ ଘରକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଏକ ଦ୍ରୁତଗାମୀ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ହରିଶ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜାମଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କ୍ରମେ ଜାମଦା ଥାନାରେ ଏକ ମାମଲା ରୁଜୁ କରି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ