ଡିସେମ୍ବର ୮ରୁ ଚିପିଲିମାରେ ସପ୍ତାହବ୍‌ଯାପୀ ଧନୁଯାତ୍ରା ଉତ୍ସବ
ସମ୍ବଲପୁର, ୨୫ ନଭେମ୍ବର(ହି.ସ.) – ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ ଚିପିଲିମାରେ ୪ର୍ଥ ଧନୁଯାତ୍ରା ଆସନ୍ତା ୮ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ମହାସମାରୋହ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ସମସ୍ତ ରୀତିନୀତି ମଧ୍ୟରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି। ଏହି ଅବସରରେ ଧନୁଯାତ୍ରା କମିଟି ସ
ଡିସେମ୍ବର ୮ରୁ ଚିପିଲିମାରେ ସପ୍ତାହବ୍‌ଯାପୀ ଧନୁଯାତ୍ରା ଉତ୍ସବ


ସମ୍ବଲପୁର, ୨୫ ନଭେମ୍ବର(ହି.ସ.) – ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ ଚିପିଲିମାରେ ୪ର୍ଥ ଧନୁଯାତ୍ରା ଆସନ୍ତା ୮ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ମହାସମାରୋହ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ସମସ୍ତ ରୀତିନୀତି ମଧ୍ୟରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି। ଏହି ଅବସରରେ ଧନୁଯାତ୍ରା କମିଟି ସଭାପତି ସୁଶାନ୍ତ ବୁଢା ଓରପ କାଳିଆଙ୍କ ତତ୍ୱାବଧାନରେ କମିଟି ସଦସ୍ୟମାନେ ଘଂଟେଶ୍ୱରୀ ମାଁଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଅଜ୍ଞାମାଳ ନେଇ ଆସି ଧନୁଯାତ୍ରା ପଡିଆରେ ସ୍ଥାପନ କରିଥିଲେ କ୍ଷ ପରେ ସମସ୍ତ ରୀତିନୀତି ମଧ୍ୟରେ ପୂଜାର୍ଚ୍ଚନା ପରେ ଅଂଚଳର ବରିଷ୍ଠ ନାଗରିକମାନଙ୍କ ପାଦଧୋଇ ପୁଷ୍ପମାଲ୍ୟ, ଓପଢ଼ୋକନ ଦେଇ ସମ୍ମାନୀତ କରାଯାଇଥିଲା। କର୍ତା ଭାବରେ ଗୌନ୍ତିଆ ଭୀଷ୍ମଦେବ ପଣ୍ଡା ସପତ୍ନୀକ ଦାୟିତ୍ୱ ସମ୍ପାଦନ କରିଥିବାବେଳେ, ସମସ୍ତ ପୂଜାକାର୍ଯ୍ୟକୁ ପଣ୍ଡିତ ସାହିଲ ଦାଶ ପରିଚାଳନା କରିଥିଲେ। ଶୁଭସ୍ଥାପନ କାର୍ଯ୍ୟକ୍ରମରେ କମିଟିର ସମସ୍ତ କର୍ମକର୍ତା, ସଦସ୍ୟ ସମେତ ଜନସାଧାରଣ ସହଯୋଗ କରିଥିଲେ କ୍ଷ ପ୍ରକାଶ ଥାଉକି ଚଳିତ ଧନୁଯାତ୍ରାରେ ବରଗଡ ଧନୁଯାତ୍ରା ପୂର୍ବତନ କଂସ ମହାରାଜ ହୃଷିକେଶ ଭୋଇ ଦ୍ୱିତୀୟ ଥରପାଇଁ କଂସ ଭୂମିକା ନିର୍ବାହ କରିବେ ବୋଲି ଜଣାପଡିଥିବାବେଳେ, ଏନେଇ ରୀତିନୀତି ଅନୁସାରେ କଂସ ବରଣ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଧନୁଯାତ୍ରା ସମ୍ପର୍କରେ ସଭାପତି କାଳିଆଙ୍କୁ ପଚରାଯିବାରୁ ଏ ଧନୁଯାତ୍ରା ହେଉଛି ଆଂଚଳିକ ଧନୁଯାତ୍ରା ଏବଂ ଏଥିରେ ଅଂଚଳବାସୀଙ୍କ ସଫଳ ସହଯୋଗ କାମନା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande