ପାଂଚଟି ଦେଶର କୂଟନୀତିଜ୍ଞମାନେ ରାଷ୍ଟ୍ରପତିଙ୍କୁ ସେମାନଙ୍କର ପ୍ରମାଣପତ୍ର କରିଛନ୍ତି ପ୍ରଦାନ
ନୂଆଦିଲ୍ଲୀ, ୨୫ ନଭେମ୍ବର (ହିସ)- ମଙ୍ଗଳବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲେବାନନ୍‌, ମରିସସ୍‌, ସେନେଗାଲ୍‌, ସାଉଦି ଆରବ ଏବଂ ଘାନାର କୂଟନୀତିଜ୍ଞଙ୍କ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ରାଷ୍ଟ୍ରପତିଙ୍କୁ ସେମାନଙ୍କର ପ୍ରମାଣପତ୍ର ପ୍ରଦାନ କରିଥିବା କୂଟନୀତ
ପାଂଚଟି ଦେଶର କୂଟନୀତିଜ୍ଞମାନେ ରାଷ୍ଟ୍ରପତିଙ୍କୁ ସେମାନଙ୍କର ପ୍ରମାଣପତ୍ର କରିଛନ୍ତି ପ୍ରଦାନ


ନୂଆଦିଲ୍ଲୀ, ୨୫ ନଭେମ୍ବର (ହିସ)- ମଙ୍ଗଳବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲେବାନନ୍‌, ମରିସସ୍‌, ସେନେଗାଲ୍‌, ସାଉଦି ଆରବ ଏବଂ ଘାନାର କୂଟନୀତିଜ୍ଞଙ୍କ ପ୍ରମାଣପତ୍ର ଗ୍ରହଣ କରିଛନ୍ତି।

ରାଷ୍ଟ୍ରପତିଙ୍କୁ ସେମାନଙ୍କର ପ୍ରମାଣପତ୍ର ପ୍ରଦାନ କରିଥିବା କୂଟନୀତିଜ୍ଞଙ୍କ ମଧ୍ୟରେ ଲେବାନନ୍ ର ରାଷ୍ଟ୍ରଦୂତ ହାଦି ଜାବେର, ମରିସସର ହାଇକମିଶନର ଶୈଲାବାଇ ବାପ୍ପୁ, ସେନେଗାଲର ରାଷ୍ଟ୍ରଦୂତ ଅବଦୁଲାୟେ ବାରୋ, ସାଉଦି ଆରବର ରାଷ୍ଟ୍ରଦୂତ ହାଇଥାମ୍ ହାସନ୍ ଅଲ୍‌-ମାଲକି ଏବଂ ଘାନାର ରାଷ୍ଟ୍ରଦୂତ ପ୍ରଫେସର କ୍ୱାସି ଓବିରି-ଡାନସୋ ସାମିଲ ଥିଲେ।

ସମାରୋହରେ, ରାଷ୍ଟ୍ରପତି ନବନିଯୁକ୍ତ କୂଟନୀତିଜ୍ଞଙ୍କୁ ସ୍ୱାଗତ କରିଥିଲେ ଏବଂ ଭାରତ ସହିତ ସେମାନଙ୍କ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଆଶା ପ୍ରକାଶ କରିଥିଲେ।

--------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande