ଜିଲ୍ଳା ଇ- ପାଠାଗାରକୁ ଉପଯୋଗ କରି ସୁମନ ଶ୍ରୀ ଓଏଫଏସ ପରୀକ୍ଷାରେ ସଫଳତା ପାଇଲେ
District E Library gives success to the youths of KANDHAMAL
ଜିଲ୍ଳା ଇ- ପାଠାଗାରକୁ ଉପଯୋଗ କରି ସୁମନ ଶ୍ରୀ ଓଏଫଏସ ପରୀକ୍ଷାରେ ସଫଳତା ପାଇଲେ


କନ୍ଧମାଳ, ୨୫ ନଭେମ୍ବର (ହି.ସ.)- ଗତକାଲି ପ୍ରକାଶ ପାଇଛି ଓ ଏଫ୍ ଏସ -୨୦୨୩ ପରୀକ୍ଷା ଫଳ। ଏଥିରେ ଫୁଲବାଣୀ ଦାଦପାଜୁ ଅଞ୍ଚଳର ସୀମାଞ୍ଚଳ ସାହୁ ଓ ନମିତା ରାଣୀ ସାହୁଙ୍କ ସୁପୁତ୍ରୀ ସୁମନ ଶ୍ରୀ ରାଜ୍ୟରେ ୫୨ ତମ ସ୍ଥାନ ଅଳଙ୍କୃତ କରି ସୁନାମ ଆଣିଛନ୍ତି। ସୁମନ ନିଜ ସଫଳତାର ଶ୍ରେୟ ଜିଲ୍ଲା ଇ-ପାାଠାଗାର, କନ୍ଧମାଳକୁ ପ୍ରଥମେ ପ୍ରଦାନ କରିଛନ୍ତି । ଦୀର୍ଘ ଅଢେଇ ବର୍ଷ ଧରି ନିରନ୍ତର ଭାବେ ବିନା କୋଚିଙ୍ଗରେ ଇ-ପାଠାଗାରକୁ ନିୟମିତ ଉପଯୋଗ କରି ସେ ସଫଳତା ହାସଲ କରିଛନ୍ତି। ଗତ ଏକ ମାସ ତଳେ ଇ-ପାଠାଗାରକୁ ଉପଯୋଗ କରି ଶ୍ରୀନିବାସ ଷଡ଼ଙ୍ଗୀ ଓଡ଼ିଶା ପ୍ରଶାସନିକ ସେବାରେ ୭୨ ତମ ସ୍ଥାନ ହାସଲ କରିଥିଲେ ।

ପରିଚାଳନା ଦାୟିତ୍ଵରେ ଥିବା ଲାଇବ୍ରେରିୟାନ ଶିବ ସୁନ୍ଦର ସାହୁ କହିଛନ୍ତି, ଇ - ପାଠାଗାରକୁ ପ୍ରତିଦିନ ୧୦୦ ରୁ ଉର୍ଦ୍ଧ ଚାକିରି ଆଶାୟୀ ଛାତ୍ର ଛାତ୍ରୀ ଆସୁଛନ୍ତି । ୨୦୧୯ ଫେବୃୟାରୀ ୧୦ ତାରିଖ ପ୍ରତିଷ୍ଠା ପରଠାରୁ ଏଯାବତ୍ ୧୬୦ ରୁ ଉର୍ଦ୍ଧ୍ବ କନ୍ଧମାଳ ଯୁବ ପିଢ଼ି ବିଭିନ୍ନ ପରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହାସଲ କରିଆସୁଛନ୍ତି। ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ସୁମନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଇ-ପାଠାଗାରରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଅଧିକ ସୁବିଧା ସୁଯୋଗ ଯୋଗାଇ ଜନଜାତି ବହୁଳ କନ୍ଧମାଳ ଜିଲ୍ଲାରେ ଶୈଖିକ ପରିବେଶ ଆଉ ଯୁବ ବେକାରୀ ହ୍ରାସରେ ଯୁଗାନ୍ତକାରୀ ପଦକ୍ଷେପ ଆଣିବାର ଯୋଜନା ରହିଛି ବୋଲି ପରିପ୍ରକାଶ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande