
କେନ୍ଦୁଝର, ୨୫ ନଭେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା କ୍ରୀଡାସଂସ୍ଥା ଆନୁକୂଲ୍ୟରେ ଜିଲ୍ଲା ବାର୍ଷିକ ଦୌଡ଼କୁଦ ପ୍ରତିଯୋଗିତା ଆସନ୍ତା ମାସ ୩ ଏବଂ ୪ ତାରିଖ ଦୁଇଦିନ ଧରି ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି l ୧୪, ୧୬, ୧୮, ୨୦ ଓ ୨୩ ବର୍ଷରୁ କମ ବାଳକ ଓ ବାଳିକା ଏବଂ ପୁରୁଷ ଓ ମହିଳା ପ୍ରତିଯୋଗୀ ମାନେ ଏହି ଦୌଡ଼କୁଦ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପାରିବେ l ଏହି ପ୍ରତିଯୋଗିତାଟି ସିନ୍ଥେଟିକ ଟ୍ରାକରେ ଅନୁଷ୍ଠିତ ହେବ l ଏହାର ପ୍ରଦର୍ଶନକୁ ଭିତ୍ତି କରି କଟକ ରିଜର୍ଭ ପୋଲିସ ଗ୍ରାଉଣ୍ଡ ସିନ୍ଥେଟିକ ଟ୍ରାକରେରେ ଅନୁଷ୍ଠିତ ହେବାକୁଥିବା ୭୧ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ବିଭିନ୍ନ ବର୍ଗରେ ଖେଳାଳି ଚୟନ କରାଯିବ ବୋଲି କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ ପ୍ରକାଶ କରିଛନ୍ତି l ଏଥିରେ ଅଂଶ ଗ୍ରହଣ କରିବାକୁ ଇଛୁକ ପ୍ରତିଯୋଗୀ ମାନେ ସେମାନଙ୍କ ଶିକ୍ଷାନୁଷ୍ଠାନ /କ୍ଲବ /ଅନୁଷ୍ଠାନ ଜରିଆରେ ଏଥିରେ ଭାଗ ନେବା ପାଇଁ ନାମ ଆସନ୍ତା ୩୦ ତାରିଖ ସୁଦ୍ଧା ପଞ୍ଜିକରଣ କରିପାରିବେ l ସମସ୍ତ ପ୍ରତିଯୋଗୀ ମାନେ ସେମାନଙ୍କ ବୟସ ପ୍ରଣାମ ପତ୍ର ଏବଂ ମୋବାଇଲ ନମ୍ବର ଦେଇ ନିଜ ଅନୁଷ୍ଠାନ ଜରିଆରେ ଆବେଦନ କରିବେ l ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା କ୍ରୀଡା ସଂସ୍ଥା, କେନ୍ଦୁଝର ମୋବାଇଲ ନମ୍ବର- ୭୯୭୮୪୪୦୮୩୩ଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି l
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA