ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ଉଦଘାଟିତ
ନୂଆପଡା, ୨୫ ନଭେମ୍ବର (ହି.ସ.) - ନୂଆପଡା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ଆଜି ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନୂଆପଡ଼ା ଠାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗଦାନ କରିଥିଲେ l ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସ
Distict level sargi fula inauguration


ନୂଆପଡା, ୨୫ ନଭେମ୍ବର (ହି.ସ.) - ନୂଆପଡା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ଆଜି ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନୂଆପଡ଼ା ଠାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗଦାନ କରିଥିଲେ l ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ ମଙ୍ଗଳ ବିଭାଗ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ଦୀପ୍ତିମନ୍ତ ଭୋଇ, ଜିଲ୍ଲା ମଙ୍ଗଳ ଅଧିକାରୀ ସଭାପତିତ୍ବ କରିଥିଲେ । ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ପ୍ରେମ ଅଗ୍ରୱାଲ ସାଂସଦଙ୍କ ପ୍ରତିନିଧି, ଉଦୟ ସିଂ ମାଝୀ ଜିଲ୍ଲା ଶିକ୍ଷା ନିରୀକ୍ଷକ, କଳାହାଣ୍ଡି ଓ ନୂଆପଡା ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ସମାରୋହରେ ଉତ୍ସାହିତ କରିଥିଲେ । ଏହା ସହିତ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଓ ଭଲିବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଥିଲା।

୨ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ୪୮ ଗୋଟି ବିଦ୍ୟାଳୟରୁ ୬୦୩ ଜଣ ପ୍ରତିଯୋଗୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ୨୬ ତାରିଖରେ ଏହି ଉତ୍ସବ ଉଦଯାପିତ ହେବ ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande