ସ୍ଵାଧୀନତାର ୭୯ ବର୍ଷ ପରେ ମଧ୍ୟ ବିଜୁଳି ଅପହଞ୍ଚ ଅଙ୍ଗୁରଗୁଡା ଗାଁରେ
ମାଲକାନଗିରି, ୨୫ ନଭେମ୍ବର (ହି.ସ.)- ଅନ୍ଧାରରେ ବିତୁଛି ୨୨ ପରିବାରର ଜୀବନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକମାମୁଡି ପଞ୍ଚାୟତ ଅଧିନସ୍ଥ ଅଙ୍ଗୁରଗୁଡା ଗାଁରେ l ପିଲାଙ୍କ ପାଠପଢା ବର୍ତମାନ ମଧ୍ୟ ଚାଲିଛି ମହମବତୀରେ l ଗାଁ ଆଖପାଖରେ ସମସ୍ତ ଗାଁକୁ ବିଜୁଳି
ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ ବିଜୁଳି ଅପହଞ୍ଚ ଅଙ୍ଗୁରଗୁଡା ଗାଁରେ l


ମାଲକାନଗିରି, ୨୫ ନଭେମ୍ବର (ହି.ସ.)- ଅନ୍ଧାରରେ ବିତୁଛି ୨୨ ପରିବାରର ଜୀବନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକମାମୁଡି ପଞ୍ଚାୟତ ଅଧିନସ୍ଥ ଅଙ୍ଗୁରଗୁଡା ଗାଁରେ l ପିଲାଙ୍କ ପାଠପଢା ବର୍ତମାନ ମଧ୍ୟ ଚାଲିଛି ମହମବତୀରେ l ଗାଁ ଆଖପାଖରେ ସମସ୍ତ ଗାଁକୁ ବିଜୁଳି ସଂଯୋଗ ହୋଇଛି କିନ୍ତୁ, ଅଙ୍ଗୁରଗୁଡା ଗାଁକୁ ସମ୍ପୂର୍ଣ ରୂପେ ଅଣଦେଖା କରିଛନ୍ତି ବିଜୁଳି ବିଭାଗ l

ସୂଚନା ଅନୁଯାୟୀ, ଶ୍ରମଜୀବୀ ସଂଗଠନ ମାଲକାନଗିରି ଦ୍ୱାରା ପରମ୍ପରା ବିକାଶ ଯାତ୍ରା ଚାଲିଛି l ଏହି ଯାତ୍ରାରେ ସଂଗଠନ କର୍ମୀ ଗୋବର୍ଧନ ପାଙ୍ଗି, ଜିତେନ୍ଦ୍ର ଖିଲ, ଶୂକ୍ରା ଗୁରୁତେଲି, ମୁକୁନ୍ଦ ମାଝୀ, କୃଷ୍ଣ ଶିଶା ଏବଂ ସମାଜସେବୀ ସଦା ହନ୍ତଳା ଅଙ୍ଗୁରଗୁଡା ଗାଁରେ ପହଞ୍ଚିଥିଲେ l ଗାଁରେ ସଂଗଠନ ବୈଠକ ସମୟରେ ଗ୍ରାମବାସୀ ମାନେ ସମସ୍ୟାଭିତିକ ଆଲୋଚନା କରିବା ସମୟରେ ଏହି ସମସ୍ୟାକୁ ମୁଖ୍ୟ ସମସ୍ୟା ଭାବେ ବୈଠକରେ ଉପସ୍ଥାପନା କରିଥିଲେ l ବିଭିନ୍ନ ସରକାରୀ ଅଧିକାରୀ ଅନେକ ଥର ଗାଁରେ ପହଞ୍ଚିଛନ୍ତି କିନ୍ତୁ, ଏହି ସମସ୍ୟା ଶୁଣି ମଧ୍ୟ ସମ୍ପୂର୍ଣ ଅଣଦେଖା କରୁଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ l ଏହି ସମସ୍ୟାର ଗୋଟିଏ ଭିଡ଼ିଓ ଉତ୍ତୋଳନ କରି ସୋସିଆଲ ମିଡ଼ିଆ(ଏକ୍ସ) ମାଧ୍ୟମରେ ମଧ୍ୟ ପ୍ରଚାର ପ୍ରସାର କରିଛନ୍ତି ସଂଗଠନ କର୍ମୀ ଜିତେନ୍ଦ୍ର ଖିଲ l ବର୍ତମାନ ଦେଖିବାକୁ ବାକି ରହିଲା କେବେ ହେବ ବିଜୁଳି ସଂଯୋଗ ଅଙ୍ଗୁରଗୁଡା ଗାଁରେ l

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande