
ଭଦ୍ରକ, ୨୫ ନଭେମ୍ବର (ହି.ସ.) - ଲଜ୍ଜା ଛାଡି ସ୍ୱର ଉତୋଳନ କରି ନିଜର ଅଧିକାର ଛଡାଇ ନିଅନ୍ତି। ନହେଲେ ସମାଜରେ ମହିଳା ହିଂସା ବିଲୋପ ସ୍ଲୋଗାନରେ ରହିଯିବ। ସବୁ କ୍ଷେତ୍ରରେ ମହିଳା ପୁରୁଷଙ୍କ ସମକକ୍ଷ ହୋଇଥିଲେ ମଧ୍ୟ ଏବେବି ସାମାଜିକ ବ୍ୟବସ୍ଥାରେ ମହିଳାମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି। ଏଣୁ ପାରିବାରିକ ଓ ସାମାଜିକ ସ୍ତରରେ କନ୍ୟା ଶିଶୁମାନଙ୍କୁ ପ୍ରାଥମିକ ଭାବେ ଶିକ୍ଷାଦାନ ସହ ମାନସିକ ଦୃଢତା ଆଣିଦେବାକୁ ଉଦ୍ୟମ ହେଉ। ମୋବାଇଲର ଅପବ୍ୟବହାର ଏବେକାର ସମାଜରେ ବିଶେଷକରି ନାବାଳିକା ମାନଙ୍କୁ ବିପଥଗାମୀ କରିଛି। ଯାହାଫଳରେ ଜୀବନ ସାଥୀ ଅନ୍ତରଙ୍ଗ ବନ୍ଧୁଙ୍କ ଦ୍ୱାରା ଶାରୀରିକ ଯୌନ ହିଂସାରେ ଶୀକାର ହୋଇଛନ୍ତି। ସେମାନେ ନିଜ ସ୍ୱାମୀଙ୍କ ଦ୍ୱାରା ଶାରୀରିକ, ମାନସିକ, ଆର୍ôଥକ ଯୌନ ନିର୍ଯ୍ୟାତନାର ଶୀକାର ହେଉଛନ୍ତି। ଅନ୍ୟପକ୍ଷରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ହିଂସା ହ୍ରାସ କରିବା ପାଇଁ ଆଇନର କଡାକଡି ବ୍ୟବସ୍ଥା ଥିଲେ ମଧ୍ୟ ନିର୍ଯ୍ୟାତିତାଙ୍କ ପରିବାର ବର୍ଗ ସମାଜ ଭୟରେ ଲଢେଇ କରିବାକୁ ପଛଘୁଂଚା ଦେଇଥିବାରୁ ୨୦୩୦ ସୁଦ୍ଧା ମହିଳା ହିଂସା ସମାପ୍ତ କରିବାକୁ ଥିବା ଯେଉଁ ଲକ୍ଷ୍ୟ ରଖାଯାଇଛି, ତାହା ହାସଲ କରିବା କଷ୍ଟସାଧ୍ୟ। ମହିଳା ସୁରକ୍ଷିତ ରହିଲେ ଦେଶରେ ପ୍ରକୃତ ସ୍ୱାଧୀନତା ଉପଲବ୍ଧ ହେବ ଓ ଦେଶ ବିକଶିତ ହେବ ବୋଲି ଆଜି ଆନ୍ତର୍ଜାତିକ ମହିଳା ହିଂସା ବିଲୋପ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଜିଲାପାଳ ଦିଲ୍ଲୀପ ରାଉତରାଏ ଓ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ମତବ୍ୟକ୍ତ କରିଛନ୍ତି। ଜିଲା ତଥା ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଫେଲୋସିପ୍ ଦ୍ୱାରା ୱାନଷ୍ଟପ୍ ସେଂଟରରେ ଆୟୋଜିତ ବିଶ୍ୱ ମହିଳା ହିଂସା ବିଲୋପ ଦିବସ ଅବସରରେ ସିଡିଏମ୍?ଓ ସୁଧୀରଞ୍ଜନ ନାୟକ, ଡିଏସ୍?ଡବ୍ଲ୍ୟୁ ରୂପାଲି ମିତ୍ର, ପ୍ରୋଟେକ୍ସନ ଅଫିସର ଚନ୍ଦ୍ରା ସାହୁ, ଡିଏସ୍?ଏସ୍?ଓ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଦେବରାଜ ପାଣିଗ୍ରାହୀ, ଆସିୟାନାର ନିର୍ଦ୍ଦେଶିକା ସୋଫିଆ ସେକ୍?, ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତିର ରାଜ୍ୟ ସଂପାଦିକା ସୁରଜିତା ନାୟକ, ଇନରହୁଇଲ୍?ର ସ୍ନେହଲତା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ୱାନଷ୍ଟପ୍ ସେଂଟରର ନିର୍ଦ୍ଦେଶିକା ପୁଷ୍ପାଞ୍ଜଳି ବେହେରା ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ ପ୍ରଦାନ କରିଥିବାବେଳେ ଶିକ୍ଷୟିତ୍ରୀ ଚାରୁଲତା ମହାପାତ୍ର ମଂଚା ପରିଚାଳନା କରିଥିଲେ। ଫେଲୋସିପ୍?ର ସଂପାଦକ ଏସ.ଏମ. ଫାରୁକ୍ ବିଶ୍ୱ ମହିଳା ହିଂସା ବିଲୋପ ଦିବସର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିବାବେଳେ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ଫେଲୋସିପ୍?ର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ। ଭଦ୍ରକର ସ୍ୱେଚ୍ଛାସେବୀ ସଂସ୍ଥା ଫେଲୋସିପ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଉକ୍ତ ରିପୋର୍ଟରେ ଦର୍ଶାଯାଇଥିବା ପରିସଂଖାନ ଅନୁଯାୟୀ; ସାରା ରାଜ୍ୟରେ ମହିଳା ହିଂସା ସମ୍ପର୍କିତ ମାମଲା ଗତ ୩ ବର୍ଷ ହେଲା ୩୦ ହଜାର ଟପିଚାଲିଛି। ସେହିଭଳି ଭଦ୍ରକରେ ମଧ୍ୟ ମହିଳା ହିଂସା ପରିସଂଖ୍ୟାନ ବଢିଛି। ଉକ୍ତ ରିପୋର୍ଟ ଅନୁଯାୟୀ; ଗତ ୨୦୨୪ ବର୍ଷରେ (୧ ଜାନୁଆରିରୁ ୩୧ ଡିସେମ୍ବର) ଭଦ୍ରକ ଜିଲାର ବିଭିନ୍ନ ଥାନାରେ ମହିଳା ହିଂସା ସମ୍ପର୍କିତ ୧୨୭୩ ଟି ମାମଲା ରୁଜୁ ହୋଇଥିଲା। ତହିଁରେ ୮୮ ଟି ବଳାତ୍କାର ମାମଲା,୫୪ଟି ଯୌନ ଉତ୍ପୀଡନ ମାମଲା, ୬୦ଟି ନ।।ଳିକା ନିର୍ଯାତନା ମାମଲା, ୩୩ଟି ହତ୍ୟାକାଣ୍ଡ, ୧୪୬ଟି ଅପହରଣ ମାମଲା, ୫୩୮ଟି ନିର୍ଯାତନା ମାମଲା ନିର୍ଯାତନା ମାମଲା ରହିଛି। ତେବେ ଚଳିତ ୨୦୨୫ ବର୍ଷର ୧୦ ମାସ ମଧ୍ୟରେ ବିଭିନ୍ନ ଥାନାରେ ୧୫୬୪ଟି ମହିଳା ହିଂସା ମାମଲା ରୁଜୁ ହୋଇଛି। ତହିଁରୁ ୭୧ଟି ବଳାତ୍କାର ମାମଲା, ୮୦ ଟି ନାବାିକା ନିର୍ଯାତନା ମାମଲା, ୮୫ ଟି ଯୌନ ଉତ୍ପୀଡନ ମାମଲା, ୪୮୫ଟି ଅପହରଣ ମାମଲା, ୩୭୬ଟି ନିର୍ଯାତନା ମାମଲା ରୁଜୁ ହୋଇଛି। ଏଥିସହ ଫେଲୋସିପ ଦ୍ୱାରା ପରିଚାଳିତ ୱାନ ଷ୍ଟପ ସେଣ୍ଟରରେ ଗତ ୧୮ ମାସ ମଧ୍ୟରେ ୨୨୫ ଟି ମାମଲା ପହଞ୍ଚିଛି ଯେଉଁଥିରେ ୧୬୧ ଟି କେବଳ ପାରିବାରିକ ହିଂସା ରହିଛି। ତହିଁରେ ୮ଟି ବାଲ୍ୟ ବିବାହ ମାମଲା. ୪ଟି ଯୌନ ଉତ୍ପୀଡନ ମାମଲା ବି ରହିଛି। ତେବେ ୱାନଷ୍ଟପ ସେଣ୍ଟର ଜରିଆରେ ୧୩୭ଟି ମାମଲାରେ ଆପୋଷ ସମାଧାନ ସମ୍ଭବ ହୋଇଥିବା କୁହାଯାଇଛି। ସେହିଭଳି ଫେଲୋସିପ ଦ୍ୱାରା ପରିଚାଳିତ ପରିବାର ମରାମର୍ଶ କେନ୍ଦ୍ରରେ ୯୯ ଟି ମାମଲା ପହଂଚିଥିଲା ଓ ତହିଁରୁ ୭୨ଟିର ସମାଧାନ ସମ୍ଭବ ହୋଇଛି। ଅନୁରୂପ ଭାବେ ଫେଲୋସିପ ପରିଚାଳିତ ‘ଶକ୍ତି ସଦନ’ରେ ୮୨ଟି ମାମଲା ପଂଜିକୃତ ହୋଇଥିବା ସୂଚନା ଦିଆଯାଇଛି। ତେବେ ମହିଳାଙ୍କ ବିରୋଧରେ ହିଂସାକୁ ପ୍ରତିହତ କରିବା ଲାଗି ବ୍ୟାପକ ସଚେତନତା ଲୋଡା ବୋଲି କୁହାଯାଇଛି। କେବଳ ପୁଲିସ ଅଥବା ଆଇନ ଅଦାଲତ ମାମଲାକୁ ରୋକିବାରିବ ନାହିଁ , ବରଂ ମହିଳା ହିଂସା ବିରୋଧରେ ଥିବା ଆଇନର ଅନୁପାଳନ କରିବା, ପରିବାର ମଧ୍ୟରେ ସଚେତନତାସୃଷ୍ଟି କରିବା ଓ ପୁରୁଷ ପ୍ରାଧାନ୍ୟ ସମାଜିକ ମାନସିକତାରେ ପରିବର୍ତନର ଆବଶ୍ୟକତା ରହିଛି ବୋଲି ଅନେକ ମତ ରଖିଛନ୍ତି। ଚଳିତ ବର୍ଷର ଆନ୍ତର୍ଜାତୀୟ ମହିଳା ହିଂସା ବିଲୋପ ଦିବସର ବିଷୟବସ୍ତୁ/ପ୍ରସଙ୍ଗ ରହିଛି ‘ମହିଳା ଏବଂ ଝିଅଙ୍କ ମାନଙ୍କୁ ଡିଜିଟାଲ ଅପରାଧରୁ ମୁକ୍ତ କରିବା’। ସାଂପ୍ରତିକ ସ୍ଥିତିରେ ଡିଜିଟାଲ ଅପରାଧ ବଢିଚାଲଇଛି ବୋଲି ମତ ରଖିଛନ୍ତି ଫେଲୋସିପର ମୁଖ୍ୟ ତଥା ଜଣାଶୁଣା ସ୍ୱେଚ୍ଛାସେବୀ ଏସ.ଏମ.ଫାରୁକ। ମୋବାଇଲ, ୱାଟସଅପ, ଫେସବୁକ ଆଦି ଜରିଆରେ ଯୁବତରମାନଙ୍କୁ ନିଜ ଜାଲରେ ଫସାଉଛନ୍ତି ଅପରାଧୀମାନେ। ପୂର୍ବରୁ ଚାଲିଥିବା ମହିଳା ଚାଲାଣ ପ୍ରାୟତଃ ବନ୍ଦ ହୋଇ ଆସିଲାଣି। ଏବେ ଏହି ଡିଜିଟାଲ କ୍ରାଇମ ସମସ୍ତଙ୍କ ପାଇଁ ଚିନ୍ତାଜନକ ହୋଇଛି ଯାହାକୁ ରୋକିବା ଆମ ସମସ୍ତଙ୍କ ପାଇଁ ଆହ୍ୱାନ ସଦୃଶ ବୋଲି ମତ ରଖିଛନ୍ତି ଏସ.ଏମ.ଫରୁକ।
ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ