
ମାଲକାନଗିରି, ୨୫ ନଭେମ୍ବର (ହି.ସ.)- ପାରିବାରିକ କଳହର କରୁଣ ପରିଣତି। ପତ୍ନୀ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଭଳି ଘଟଣା ଘଟିଛି ମାଲକାନଗିରି ସଦର ମହକୁମା ତାମିଲ କ୍ୟାମ୍ପ ଛକ ନିକଟରେ।
କୌଣସି କାରଣକୁ ନେଇ ଦମ୍ପତିଙ୍କ ମଧ୍ୟରେ କଳହ ହୋଇଥିଲା। ପତ୍ନୀ ରାଗିଯାଇ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ମଧ୍ୟ ଗୁରୁତର ହୋଇଛନ୍ତି।ପତ୍ନୀ ମଧୁରୀ କଚିମଙ୍କ ଶରୀରର ୭୦ ଭାଗ ପୋଡ଼ି ଯାଇଥିବା ବେଳେ ସ୍ୱାମୀ ନରେନ୍ଦ୍ର କଚିମ ମଧ୍ୟ ନିଆଁର ଶିକାର ହୋଇ ପୋଡ଼ିଛନ୍ତି। ପଡ଼ୋଶୀ ଏହି ଦମ୍ପତିଙ୍କୁ ଉଦ୍ଧାର କରି ମାଲକାନଗିରି ଚିକିତ୍ସାଳୟକୁ ନେଇଥିଲେ। ପତି ଓ ପତ୍ନୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ