
ବାରିପଦା, ୨୫ ନଭେମ୍ବର (ହି.ସ.)- ସୁନା ଅଳଙ୍କାର ଦୋକାନରୁ ଅଳଙ୍କାର କିଣିବା ବାହାନାରେ ଚୋରି ହୋଇଚ୍ଛି । ବାରିପଦା ସହରର କେନ୍ଦ୍ରସ୍ଥଳ ଲାଲ ବଜାର ସ୍ଥିତ ପ୍ରଶାନ୍ତ କୁମାର ଦତ୍ତ ସୁନା ଅଳଙ୍କାର ଦୋକାନରୁ ଚୋରି ହୋଇଥିବା ନେଇ ମାଲିକ ଲକ୍ଷ୍ମୀକାନ୍ତ ଦତ୍ତ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି।
ସେ ଦୋକାନରେ ଏକୁଟିଆ ଥିବାବେଳେ ଦିନ ପ୍ରାୟ ୧୨ଟା ସମୟରେ ଜଣେ ବୃଦ୍ଧ ଏକ ଛୋଟ ପିଲାକୁ ନେଇ ଦୋକାନକୁ ଆସିଥିଲେ। ସୁନା ଅଳଙ୍କାର କିଣିବେ ବୋଲି କହିଥିଲେ। ସେ ଅଳଙ୍କାର ଗୁଡ଼ିକ କାଢି ଦେଖାଉଥିବା ବେଳେ ଅନ୍ୟମନସ୍କ ଥିଲେ। ଏହାର ସୁଯୋଗ ନେଇ ବୃଦ୍ଧ ଜଣକ ୩.୫ ଗ୍ରାମ ଓଜନର ଏକ ସୁନା କାନଫୁଲ ଚୋରି କରି ନେଇଥିଲେ। ଏହାପରେ ସେ ଉକ୍ତ ସ୍ଥାନରୁ ପଳାଇ ଯାଇଥିଲେ। କିଛି ସମୟ ପରେ ଅଳଙ୍କାର ଗୁଡ଼ିକ ସଜାଇ ରଖିବା ବେଳେ କାନ ଫୁଲ ନଥିବା ଜାଣିବାକୁ ପାଇଥିଲେ। ଏନେଇ ସିସି ଟିଭି ଯାଞ୍ଚ କରିବା ପରେ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ