
ବଲାଙ୍ଗୀର, ୨୫ ନଭେମ୍ବର(ହି.ସ.) – ଆଜି ବଲାଙ୍ଗୀରରେ ହୃଦୟ ବିଦାରକ ଘଟଣା ଘଟିଛି କୋମଳମତି ନାବାଳକ ନାତିର ମୃତଦେହ ଦେଖି ଆଈ ମୃତ୍ୟୁମୁଖରେ ପଡ଼ିଛନ୍ତି। ଶେଷରେ ଗୋଟିଏ ଜୁଇରେ ଜଳିଲା ଆଇ ଓ ନାତି, ବଲାଙ୍ଗୀର ଆର୍ ଆର୍ କଲୋନୀରେ ଏହି ଘଟଣାରେ ସମସ୍ତେ ଭାବବିହ୍ୱଳ ହୋଇ ପଡ଼ିଛନ୍ତି। ଆଜି ଦୁଇଜଣଙ୍କୁ ଗୋଟିଏ ଜୁଇରେ ଶବ ଦାହ କରାଯାଇଛି।
ଆଈ ପଦ୍ମିନୀ ଖୁଆସ ଓ ନାତି ସୁମନ ଖୁଆସ ଗତକାଲି ଖେଳିବାକୁ ଯାଇ ରାତି ନଅଟାବେଳେ ଘରକୁ ଫେରିଲା ପରେ ଖାଇ ଶୋଇବାକୁ ଯାଇ ରାତି ପେଟ ଟାଣି ଅସୁସ୍ଥ ଅନୁଭବ କରିଥିଲା ତାକୁ ଭୀମଭୋଇ ମେଡିକାଲକୁ ନେଇ ଚିକିତ୍ସା ଦିଆଯାଇ ଥିଲା।
ମେଡିକାଲ ନେଇ ଚିକିତ୍ସା ପରେ ଭଲ ଲଗିଲା ପରେ ରାତି ଦୁଇଟାରେ ଘରକୁ ଆଣିଥିଲେ ଘରକୁ ଅଣାଯାଇଥିଲା। ଆଜି ପୁଣି ସକାଳ ଅସୁସ୍ଥ ଅନୁଭବ କରି ପେଟ ଟାଣିବାରୁ ସୁମନକୁ ମେଡିକାଲ ନେଇଥିଲେ। ସେଠାରେ ତାର ମୃତ୍ୟୁ ହୋଇ ଯାଇଥିଲା। ଗୋଟିଏ ବୋଲି ନାତିର ଏହି ଅବସ୍ଥା ଦେଖିବା ପରେ ଭାବ ବିହ୍ୱଳ ହୋଇ ଆଇ ମର୍ମାହତ ହୋଇପଡ଼ି ତାଙ୍କର ଜୀବନ ଚାଲି ଗଲା। ବଲାଙ୍ଗୀର ଆର୍ଆର୍ କଲୋନୀରେ ଏହି ଘଟଣାରେ ସମସ୍ତେ ଭାବ ବିହ୍ୱଳ ହୋଇ ପଡ଼ିଛନ୍ତି। ଆଜି ଦୁଇଜଣଙ୍କୁ ଗୋଟିଏ ଜୁଇରେ ଶବଦାହ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ