ଜଳିଗଲା ହାଇୱା, ଡ୍ରାଇଭର ସୁରକ୍ଷିତ
କେନ୍ଦୁଝର, ୨୫ ନଭେମ୍ବର (ହି.ସ.)- ଆଜି କେନ୍ଦୁଝର ଜିଲ୍ଲା ବଡ଼ବିଲ ଭଦ୍ରାସାହି ରାସ୍ତା କଡରେ ହୁତୁହୁତୁ ହୋଇ ଜଳିଯାଇଛି ଏକ ହାଇୱା। ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ପ୍ରକାଶ ଯେ, ଭଦ୍ରା ସାହି ବିଆରପିଏଲ ଛକ ନିକଟରେ ଏକ ଗାଡ଼ି ଟଣା ଟ୍ରକ ଠିଆ ହେଇଥିଲା। ଏହାର ପଛରେ ଏକ ହାଇୱା ଧକ୍କା
ଜଳିଗଲା ହାଇୱା, ଡ୍ରାଇଭର ସୁରକ୍ଷିତ


କେନ୍ଦୁଝର, ୨୫ ନଭେମ୍ବର (ହି.ସ.)- ଆଜି କେନ୍ଦୁଝର ଜିଲ୍ଲା ବଡ଼ବିଲ ଭଦ୍ରାସାହି ରାସ୍ତା କଡରେ ହୁତୁହୁତୁ ହୋଇ ଜଳିଯାଇଛି ଏକ ହାଇୱା। ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି।

ପ୍ରକାଶ ଯେ, ଭଦ୍ରା ସାହି ବିଆରପିଏଲ ଛକ ନିକଟରେ ଏକ ଗାଡ଼ି ଟଣା ଟ୍ରକ ଠିଆ ହେଇଥିଲା। ଏହାର ପଛରେ ଏକ ହାଇୱା ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହାଇୱାରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବଡବିଲ ପୋଲିସ ଏହାର ଅଧିକ ତଦନ୍ତ ଆରମ୍ଭ କରିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande