






ସମ୍ବଲପୁର, ୨୫ ନଭେମ୍ବର (ହି.ସ.)- ଆଜି ସମ୍ୱଲପୁର ସ୍ଥିତ ଦେବ୍ରୀଗଡ଼ ପରିସରରେ “ହୋମ୍ ଷ୍ଟେ ” ସୁବିଧାର ଶୁଭାରମ୍ଭ ହୋଇଛି । ଦେବ୍ରୀଗଡ଼ ସଂରକ୍ଷଣ ଜଙ୍ଗଲ ଭିତର ହିରାକୁଦ ୱେଟଲ୍ୟାଣ୍ଡ ନିକଟ ପାହାଡ଼ର ପାଦଦେଶରେ ଥିବା ଧୋଦୋକୁସୁମ ଗାଁରେ ଏହି ଉପଲବ୍ଧିର ବ୍ଯବସ୍ଥା କରାଯାଇଛି । ଏହା ଓଡ଼ିଶାର ପ୍ରଥମ “ହୋମ୍ ଷ୍ଟେ” ଯାହା ଅରଣ୍ୟ ବିଭାଗ ଦ୍ୱାରା ସ୍ଥାନୀୟ ଜନଜୀବିକା ନିର୍ଭର କମ୍ଯୁନିଟିଙ୍କ ମାଧ୍ୟମରେ ପରିଚାଳିତ। ଏହାର ମୂଳ ଉଦ୍ଦେଶ୍ୟ ସ୍ଥାନୀୟମାନଙ୍କୁ ଆର୍ଥିକ ଲାଭ ଦେବା, ବନ୍ୟଜୀବ ଓ ଅରଣ୍ୟ ସଂରକ୍ଷଣରେ ସେମାନଙ୍କୁ ସଜେଇବା ଏବଂ ଏହି ପରିସରରେ ଇକୋ-ଟୁରିଜମ ସମ୍ଭାବନା ପ୍ରକାଶ କରିବା। ଧୋଦୋକୁସୁମରେ ରହିବା ମାନେ ପ୍ରକୃତି ସହିତ ଦାୟିତ୍ୱପୂର୍ଣ୍ଣ ଭାବରେ ଯୋଡ଼ାଇବା, ଥାନ୍ୟ ସଂସ୍କୃତି, ଧାର୍ମିକ ପ୍ରଚଳନା, ଲୋକକଥା ଓ ଅଜସ୍ର ବନ୍ୟକାହାଣୀ ସହ ଗ୍ରାମୀଣ ଜୀବନକୁ ନିକଟରୁ ଅନୁଭବ କରିବା। ଏହି ମନୋହର ଗାଁର ୫ଟି ସ୍ୱାଗତଶୀଳ ହୋମ୍ ଷ୍ଟେରେ ରହି ଆପଣ ଦେବ୍ରୀଗଡ଼ ସଙ୍ଘରକ୍ଷଣ ଓ ହୀରାକୁଦକୁ ସବୁଠାରୁ ଶ୍ରେଷ୍ଠ ଭାବରେ ଅନୁଭବ କରିପାରିବେ।
ଧୋଦୋକୁସୁମ ହୋମ୍ ଷ୍ଟେ (ଦେବ୍ରୀଗଡ଼) ଠାରେ ଲୋକାର୍ପିତ ୫ଟି ଯାକ ହୋମ୍ ଷ୍ଟେ କକ୍ଷ ମାଟି, ମଟିଆ, ଗୋବର ଓ ଧାନଛାଲିଦ୍ୱାରା ନିର୍ମିତ। ପ୍ରତ୍ୟେକ ଘର ଆଧୁନିକ ଫର୍ନିସିଂ ଏବଂ ଟଏଲେଟ ସୁବିଧା ରହିଛି। ସମସ୍ତ ସାମଗ୍ରୀ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସମ୍ବଲପୁରୀ ସ୍ପର୍ଶ ସହିତ ତିଆରି। ପ୍ରତ୍ୟେକ କକ୍ଷରେ ଇଟା ଓ ମାଟିର ମଜବୁତ ଆଧାର ରହିଥିବାରୁ ପୁରା ସୁରକ୍ଷିତ। ସମସ୍ତ କକ୍ଷରେ ଅଟାଚ୍ଡ୍ ବାଥରୁମ୍ ରହିଛି। ପାଣି ଓ ବିଦ୍ୟୁତ ବ୍ୟାକଅପ୍, ଆଉଟଡୋର ଫାଏରପ୍ଲେସ୍ ଓ ଚିଲ୍ଡ୍ରେନ୍ସ ପ୍ଲେ ଏରିଆ ବି ଉପଲବ୍ଧ। ଏହି ୫ଟି ହୋମ୍ ଷ୍ଟେ କକ୍ଷ ୩ଟି ପରିବାର ଦ୍ୱାରା ପରିଚାଳିତ।
ହୀରାକୁଦ ୱାଇଲ୍ଡଲାଇଫ ଡିଭିଜନ ଦେବ୍ରୀଗଡ଼ ଡିଏଫ୍ଓ ଅଂଶୁ ପ୍ରଜ୍ଞାନ ଦାସ କୁହନ୍ତି, “ଧୋଦୋକୁସୁମର ସସ୍ତେନେବଳ୍ ହୋମ୍ ଷ୍ଟେ ଥାନ୍ୟ ସଂସ୍କୃତି ଓ ବନ୍ୟଜୀବ ସଂରକ୍ଷଣକୁ ଏକତ୍ର କରିଥାଏ। ଏହା ମାନବ-ବନ୍ୟଜୀବ ବିରୋଧ ସମସ୍ୟାରେ ଦିନକୁ ଦିନ ନିମଜ୍ଜିତ ସ୍ଥାନୀୟ ଲୋକମାନଙ୍କୁ ଆର୍ଥିକ ସଶକ୍ତିକରଣ ମାଧ୍ୟମରେ ସଂରକ୍ଷଣର ସହଭାଗୀ କରିବାର ଉଦ୍ୟମ। ସମସ୍ତ ହାଣ୍ଡଲୁମ ଓ ଘରୋଇ ସଜାଣି ସମ୍ବଲପୁରୀ କଳାକୃତିର ମାଧ୍ୟମରେ ସଂସ୍କୃତି ଓ ଆତିଥ୍ୟର ଉତ୍କୃଷ୍ଟତାକୁ ପ୍ରକାଶ କରେ। ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ, ଘାସଭୂମି, କେତେକୁ ଚାଲିବା, ହୀରାକୁଦ ୱେଟଲ୍ୟାଣ୍ଡରେ ପକ୍ଷୀ ଦେଖିବା, ପାହାଡ଼ମାଳା ଦେଖିବା ସବୁକିଛି ଏଠାରେ ସମ୍ଭବ। ପୁରା ଘର ମାଟି, ଗୋବର, ଖାପରା ଓ ଥାଚ୍ ଥାଇ ଗ୍ରୀଷ୍ମ-ଶୀତ ଦ୍ବିପ୍ରହର ବେଳେ ଦେହକୁ ସ୍ୱାଭାବିକ ତାପମାତ୍ରା ଦେଇ ସ୍ୱଦେଶୀ ଏକ ଅନୁଭବ ପ୍ରଦାନ କରେ। ହୋମ୍ ଷ୍ଟେ ମଡେଲ୍ ଗ୍ରାମୀଣ ଅର୍ଥନୀତି ଓ ବନ୍ୟଜୀବ ସଂରକ୍ଷଣକୁ ସଶକ୍ତ କରିବାର ଦୀର୍ଘ ମିୟାଦୀ ଉପାୟ। ସୁପ୍ରିମକୋର୍ଟ ପକ୍ଷରୁ ମଧ୍ୟ ବନ୍ୟପ୍ରାଣୀ ପରିସର ଓ ଇଏସଜେଡ୍ ଅଞ୍ଚଳରେ ହୋମ୍ ଷ୍ଟେ ପ୍ରୋତ୍ସାହନ ପାଇଁ ନିର୍ଦ୍ଦେଶ ଆସିଛି। ଓଡ଼ିଶାର ୮୦ ପ୍ରତିଶତ ଲୋକ ଗ୍ରାମୀଣ, ଅତେଵ ୟାତ୍ରା, ସଂସ୍କୃତି ଓ ଅର୍ଥନୀତିର ଦୁଇମୁଖୀ ବିକାଶ ପାଇଁ ହୋମ୍ ଷ୍ଟେ ହେଉଛି ଶ୍ରେଷ୍ଠ ପଥ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ