ଜୟପୁର ପୌରାଞ୍ଚଳସ୍ତରିୟ ପରବ ଉଦଘାଟିତ
ଜୟପୁର, ୨୫ ନଭେମ୍ବର (ହି.ସ.)- ଜୟପୁର ପୌରାଞ୍ଚଳସ୍ତରିୟ ପରବ ଆଜି ଉଦଘାଟିତ ହୋଇଛି । ଜୟପୁର ସ୍ଥିତ ବଲ୍ଲଭ ନାରାୟଣ ମନ୍ଦିରରେ ପୁଜା ପାଠ, ଆଳତି କରାଯାଇ ମଶାଲ ଶୋଭାଯାତ୍ରା ବାହାରି ଥିଲା । ବଲ୍ଲଭ ନାରାୟଣ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ଜୟପୁର ଦଶହରା ପଡିଆ ଠାରେ ପହଞ୍ଚି ଥିଲା । ଦଶ
ଜୟପୁର ପୌରାଞ୍ଚଳସ୍ତରିୟ ପରବ ଉଦଘାଟିତ


ଜୟପୁର ପୌରାଞ୍ଚଳସ୍ତରିୟ ପରବ ଉଦଘାଟିତ


ଜୟପୁର ପୌରାଞ୍ଚଳସ୍ତରିୟ ପରବ ଉଦଘାଟିତ


ଜୟପୁର, ୨୫ ନଭେମ୍ବର (ହି.ସ.)- ଜୟପୁର ପୌରାଞ୍ଚଳସ୍ତରିୟ ପରବ ଆଜି ଉଦଘାଟିତ ହୋଇଛି । ଜୟପୁର ସ୍ଥିତ ବଲ୍ଲଭ ନାରାୟଣ ମନ୍ଦିରରେ ପୁଜା ପାଠ, ଆଳତି କରାଯାଇ ମଶାଲ ଶୋଭାଯାତ୍ରା ବାହାରି ଥିଲା । ବଲ୍ଲଭ ନାରାୟଣ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ଜୟପୁର ଦଶହରା ପଡିଆ ଠାରେ ପହଞ୍ଚି ଥିଲା । ଦଶହରା ପଡିଆରେ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଓ ଜୟପୁର ଉପ ଜିଲାପାଳ ତଥା ପୌର କାଯ୍ୟନିବାହୀ ଅଧିକାରି ଆକା ବରମ ସସ୍ୟା ରେଡ୍ଡି ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୌର ଉପାଧ୍ୟକ୍ଷ ବି ସୁନିତା, ଏସଡିପିଓ ପାର୍ଥ କଶ୍ୟପ, ଅତିରିକ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରି ପୁଜା ରାଉତ, ପୌର ଯନ୍ତ୍ରୀ ଅଜୟ ଜାନୀ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୨୮ ତାରିଖରେ ପୌରାଞ୍ଚଳ ସ୍ତରିୟ ପରବ ଉଦଯାପନ ହେବ । ଉଦଘାଟନ କାର୍ଯ୍ୟକ୍ରମରେ କଲେଜ ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିଲେ । ଟାଉନ ପୋଲିସ ତରଫରୁ ଟ୍ରାଫିକ ନିୟନ୍ତ୍ରଣ କରାଯାଇଥିଲା । ଆଜି ଠାରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଛି । ଉଦଯାପନି ଉତ୍ସବରରେ କୃତି ଛାତ୍ର । ଛାତ୍ରୀଙ୍କୁ ପୁରସ୍କୁତ କରାଯିବ ବୋଲି ଉପ ଜିଲାପାଳ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande