ତାଲା ବନ୍ଦ ଘରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି
ତାଲା ବନ୍ଦ ଘରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରୀ
ତାଲା ବନ୍ଦ ଘରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି


ବାରିପଦା, ୨୫ ନଭେମ୍ବର (ହି.ସ.)- ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଚୋର ଗ୍ୟାଙ୍ଗ ଏକ ତାଲା ବନ୍ଦ ଘରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଚୋରି କରିଛନ୍ତି। ମହାବୀର ଛକ ଅଞ୍ଚଳର କବିତା ମହାନ୍ତଙ୍କ ଘରୁ ଚୋରି ନେଇ ଥାନାରେ ଅଭିଯୋଗ କରିଛନ୍ତି।

ସେ ପରିବାର ଲୋକଙ୍କ ସହ ବାହାରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଚୋରି କରିଛନ୍ତି। ଦିବାଲୋକରେ ତାଙ୍କ ଘରକୁ ଦୁର୍ବୁତ୍ତ ମାନେ ପ୍ରବେଶ କରି ଆଲମାରୀ ତାଲା ଭାଙ୍ଗି ୧,୩୦,୦୦୦ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଗୁଡ଼ିକ ଚୋରି କରିଛନ୍ତି। ଘରକୁ ଫେରି ଚୋରି ବାବଦରେ ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande