
କୋରାଇ, ୨୫ ନଭେମ୍ବର(ହି.ସ.) – ଗତ ନଭେମ୍ବର ୨୨ ତାରିଖ ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଭାଲୁଖାଇ ନିକଟରେ ଯୁବ ସମ୍ବାଦିକ ଜଗମୋହନ ରାଉତ କାର୍ଯ୍ୟ ସାରି ଘରକୁ ଫେରୁଥିବା ସମୟରେ ହଠାତ ୪ଟି ବାଇକରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ମାନେ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ଜଗମୋହନ ଆହତ ହୋଇ ପ୍ରଥମେ ଧର୍ମଶାଳା ଚିକିତ୍ସାଳୟରେ ଚିକିତ୍ସିତ ହୋଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିଲେ । ଏନେଇ ଧର୍ମଶାଳା ପୁଲିସ କେବଳ ମାମଲା ରୁଜ୍ଜୁ କରି ହାତବାନ୍ଧି ବସିଛି । ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଆଜି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଏକ ଦାବି ପତ୍ର ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଯାଜପୁର ଏସପି ୟସପ୍ରତାପ ଶ୍ରୀମଲଙ୍କୁ ପ୍ରଦାନ କରାଯାଇ ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ଏସପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛି ଯୁବ କଂଗ୍ରେସ । ଏହି କାର୍ଯ୍ୟକ୍ରମରେ ଚନ୍ଦ୍ର ଶେଖର ସାହୁ, ଅନନ୍ତ କୁମାର ଜେନା, ବିଶ୍ୱନାଥ ଦାସ, ସତ୍ୟବାନ ଜେନା, ରବି ପ୍ରକାଶ ନାୟକ, ରାକେଶ ମଲିକ, ରମେଶ ମଲିକ, ସୌଭାଗ୍ୟ ରଂଜନ ବେହେରା, ଜ୍ଞାନ ରାଉତ, ସୁଦୀପ ସାମଲ, କେ. ସୌରଭ, ସଂଜୟ କୁମାର କର ଙ୍କ ସମତେ ବହୁ କର୍ମୀ ଯୋଗଦେଇଥିଲେ । ସେହିପରି ଯାଜପୁର ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ସମାନ ଦାବିରେ ଜିଲ୍ଲା ସଭାପତି ଅରୁଣ କୁମାର ରାଉତ ଓ ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ଏସପିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି