ନଭେମ୍ବର ୩୦ ରେ କେନ୍ଦ୍ରାପଡା ଜିଲ୍ଲା ଅସ୍ମିତା କ୍ରୀଡା ଉତ୍ସବ
କେନ୍ଦ୍ରାପଡା, ୨୫ ନଭେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଚଳିତ ମାସ ୩୦ ତାରିଖରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡିଆରେ ପ୍ରଥମ ବାର୍ଷିକ ଜିଲ୍ଲା ଅସ୍ମିତା କ୍ରୀଡା ଉତ୍ସବ ଅନୁଷ୍ଠିତ ହେବ । ବାଳିକା ବିଭାଗରେ ୧୪ ବର୍ଷରୁ କମ ଓ ୧୬ ବର୍ଷରୁ କମ ପ୍ରତିଯୋଗୀ
ନଭେମ୍ବର ୩୦ ରେ କେନ୍ଦ୍ରାପଡା ଜିଲ୍ଲା ଅସ୍ମିତା କ୍ରୀଡା ଉତ୍ସବ


କେନ୍ଦ୍ରାପଡା, ୨୫ ନଭେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଚଳିତ ମାସ ୩୦ ତାରିଖରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡିଆରେ ପ୍ରଥମ ବାର୍ଷିକ ଜିଲ୍ଲା ଅସ୍ମିତା କ୍ରୀଡା ଉତ୍ସବ ଅନୁଷ୍ଠିତ ହେବ । ବାଳିକା ବିଭାଗରେ ୧୪ ବର୍ଷରୁ କମ ଓ ୧୬ ବର୍ଷରୁ କମ ପ୍ରତିଯୋଗୀ ମାନେ ଏଥିରେ ଭାଗ ନେଇପାରିବେ । ଡିସେମ୍ବର ୨୧-୨୦୧୧ ରୁ ଡିସେମ୍ବର ୨୦-୨୦୧୩ ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ୧୪ ବର୍ଷରୁ କମ ବାଳିକା ଓ ଡେସେମ୍ବର ୨୧-୨୦୦୯ ରୁ ଡେସେମ୍ବର ୨୦-୨୦୧୧ ମଧ୍ୟରେ ଜ୍ନମ ଗ୍ରହଣ କରିଥିବା ୧୬ ବର୍ଷରୁ କମ ବାଳିକା ମାନେ ଏଥିରେ ଭାଗ ନେଇ ପାରିବେ । ଏଥିରେ ଉତମ ପ୍ରଦର୍ଶନ କରିଥିବା ପ୍ରତିଯୋଗୀ ମାନେ ଜାତୀୟ କ୍ରୀଡାବାସରେ ସୁଯୋଗ ପାଇପାରିବେ । ଗୋଟିଏ ଅନୁଷ୍ଠାନରୁ ପ୍ରତ୍ୟେକ ବିଭାଗରେ ୨ ଜଣ ଭାଗ ନେଇ ପାରିବେ । ଯେଉଁ ବାଳିକା ମାନେ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଇଚ୍ଛୁକ ସେମାନେ ନଭେମ୍ବର ୨୭ ତାରିଖ ମଧ୍ୟରେ ନାମ ପଞ୍ଜିକରଣ ପାଇଁ ଆଧାର କାର୍ଡ ସହିତ ଦେବେନ୍ଦ୍ର କୁମାର ସାହୁ, ମୋ- ୯୧୭୮୧୯୯୬୩୦ କିମ୍ବା ସଂପାଦକ ଜ୍ୟୋର୍ତିମୟ ଦାସଙ୍କ ସହ ଯୋଗାଯୋଗ କରିବେ ବୋଲି ସୟଦ ଅକମଲ ଅଲ୍ଲୀ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande