
କେନ୍ଦୁଝର, ୨୫ ନଭେମ୍ବର (ହି.ସ.)- ଆଜି ସ୍ଥାନୀୟ କେନ୍ଦୁଝର ମ୍ୟୁନିସିପାଲିଟି ଅଡିଟୋରିୟମ୍ ଠାରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ତରଫରୁ ଆୟୋଜିତ ମେଗା ଆଉଟ୍ରିଚ୍ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି। ଏଥିରେ ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଜିଲ୍ଲାର ପ୍ରତ୍ୟେକ ଘରକୁ ବ୍ୟାଙ୍କିଂ ସୁବିଧା, ଆର୍ଥିକ ସାକ୍ଷରତା ଏବଂ ଋଣ ସହଯୋଗ ପହଞ୍ଚେଇବାକୁ ନିମନ୍ତେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଅଭିନବ ପଦକ୍ଷେପ ବୋଲି ସାଂସଦ ଅନନ୍ତ ନାୟକ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ, ପ୍ରଶାସନିକ ଅଧିକାରୀ, ବ୍ୟାଙ୍କ ଅଧିକାରୀ ଓ ଉପକୃତ ଲୋକମାନେ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA