
ମୋବାଇଲ ଛିନତାଇ କରି ଧରାପଡିଲେ ଦୁଇ ଦୁର୍ବୁତ୍ତ
ବାରିପଦା, 25 ନଭେମ୍ବର (ହି.ସ.)ସୋମବାର ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରୁ ଯୁବତୀଙ୍କ ଠାରୁ ମୋବାଇଲ ଛିନତାଇ କରିଥିବା ଦୁଇ ଦୁର୍ବୁତ୍ତ ଶେଷରେ ପୋଲିସ ହାତରେ ଧରା ପଡିଛନ୍ତି। ସେମାନେ ହେଲେ ରାଇରଙ୍ଗପୁର ଟାଉନ ଥାନା ତଥା ପୌରପରିଷଦ ଅନ୍ତର୍ଗତ ଇଚିଣ୍ଡା, ୱାର୍ଡ ନମ୍ବର ୧୨ ଅଞ୍ଚଳର ବିଷ୍ଣୁ ବେହେରା (୨୩) ଓ ମଧୁବନ ୱାର୍ଡ ନମ୍ବର ୭ ଅଞ୍ଚଳର ଗଣେଶ ନାଏକ (୨୦)। ଖୁଣ୍ଟା ଥାନା ଅନ୍ତର୍ଗତ ବାଙ୍ଗରା ଗ୍ରାମର ସିନଗା ହାଁସଦା ସୋମବାର କଲେଜ ଯାଉଥିବା ବେଳେ ମୁର୍ମୁ ଛକ ନିକଟରେ ମୋବାଇଲ ଛିନତାଇ ହୋଇଥିଲା। ଦୁଇ ଜଣ ଦୁର୍ବୁତ୍ତ କଳା ପଲସର ବାଇକରେ ଆସି ଛିନତାଇ କରି ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ଧରିବାକୁ ଚେଷ୍ଟା କରିଥିବା ବେଳେ ବିଫଳ ହୋଇଛନ୍ତି। ଏନେଇ ରାଇରଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମୋବାଇଲର ନମ୍ବରକୁ ଟ୍ର।କିଙ୍ଗରେ ପକାଇ ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିଛନ୍ତି। ସେମାନଙ୍କ ପାଖରୁ ଛିନତାଇ ମୋବାଇଲ ଉଦ୍ଧାର ହେବା ସହ ପଲସର ବାଇକ ଜବତ ହୋଇଛି। ଉଭୟକୁ ରାଇରଙ୍ଗପୁର ଟାଉନ ଥାନା ପୋଲିସ କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ସ୍ୱାଇଁ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ