
କୋରାଇ, ୨୫ ନଭେମ୍ବର(ହି.ସ.) – ପାଣିକୋଇଲି ସ୍ଥିତ ମହାବୀର କଲୋନୀର ସୁଚରିତା ପଣ୍ଡା ଓପିଏସି (ଓଏଫଏସ) ପାଇ ପାଣିକୋଇଲି ପାଇଁ ଗୌରବ ଆଣିଛନ୍ତି । ପିତା କରଦା ହାଇସ୍କୁଲର ପ୍ରଧାନ ଶିକ୍ଷକ ସନାନନ୍ଦ ପଣ୍ଡା ଓ ମାତା କରଦା ୟୁପି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସ୍ନେହଲତା ଷଡଂଗୀଙ୍କ ସୁକନ୍ୟା ଅଟନ୍ତି । ପାଣିକୋଇଲି ମା ତାରିଣୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ଶିକ୍ଷାଲାଭ କରିବା ପରେ ପାଣିକୋଇଲି ମା ତାରିଣୀ ଜୁନିୟର କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ ଥିଲେ । ପରେ ଓୟୁଏଟି ଭୁବନେଶ୍ୱରରେ ବିଏସି କରିବା ପରେ ଜିଆଇଇଟି ଭୁବନେଶ୍ୱରରେ ପିଏଚଇଡି କରୁଛନ୍ତି ।ବର୍ତମାନ ସେ ଓପିଏସସି (ଓଏଫଏସ) କ୍ଲିଅର କରି ସଫଳତା ହାତେଇଛନ୍ତି । ସେ ପାଣିକୋଇଲି ପାଇଁ ଗୌରବ ଆଣିଥିବାରୁ ତାଙ୍କ ବାସଭବନରେ ଶୁଭେଚ୍ଛାର ସୁଅ ଛୁଟିଛି ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି