ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଯୋଧ୍ୟା ଗସ୍ତ : ଶ୍ରୀରାମ ଜନ୍ମଭୂମି ମନ୍ଦିରର ଧ୍ଵଜାରୋହଣ ଉତ୍ସବରେ ଯୋଗଦେବେ
ଅଯୋଧ୍ୟା, ୨୫ ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଯୋଧ୍ୟା ଗସ୍ତ କରିବେ ଏବଂ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଧ୍ଵଜାରୋହଣ ଉତ୍ସବରେ ଯୋଗଦେବେ । ମାର୍ଗଶୀର ମାସ ଶୁକ୍ଳ ପକ୍ଷ ପଂଚମୀ ତିଥିରେ ମନ୍ଦିର ଶୀର୍ଷରେ ଉଡିବ ଗେରୁଆ ପତାକା । ଏହି ପତାକା ଉତୋଳନ ମନ୍ଦିର ନିର୍ମାଣ ସମାପ୍ତିର
ଶ୍ରୀରାମ ଜନ୍ମଭୂମି ମନ୍ଦିର


ଅଯୋଧ୍ୟା, ୨୫ ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଯୋଧ୍ୟା ଗସ୍ତ କରିବେ ଏବଂ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଧ୍ଵଜାରୋହଣ ଉତ୍ସବରେ ଯୋଗଦେବେ । ମାର୍ଗଶୀର ମାସ ଶୁକ୍ଳ ପକ୍ଷ ପଂଚମୀ ତିଥିରେ ମନ୍ଦିର ଶୀର୍ଷରେ ଉଡିବ ଗେରୁଆ ପତାକା । ଏହି ପତାକା ଉତୋଳନ ମନ୍ଦିର ନିର୍ମାଣ ସମାପ୍ତିର ଚିହ୍ନ ହେବ । ଏହି ଭବ୍ୟ ସମାରୋହ ପାଇଁ ଉତ୍ସବମୁଖର ହୋଇଉଠିଛି ଅଯୋଧ୍ୟା । ରଙ୍ଗୀନ ଆଲୋକମାଳାରେ ଝଲସୁଛି ମନ୍ଦିର ।

ସରକାରୀ ବିବୃତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ୧୦ଟାରେ ସପ୍ତମନ୍ଦିରରେ ପହଂଚିବେ, ଯେଉଁଠାରେ ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ମହର୍ଷି ବାଲ୍ମିକି, ଦେବୀ ଅହଲ୍ୟା, ନିଷାଦରାଜ ଗୁହା ଏବଂ ମାତା ଶବରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ମନ୍ଦିର ଅବସ୍ଥିତ । ସେ ପରେ ଶେଷାବତାର ମନ୍ଦିର ପରିଦର୍ଶନ କରିବେ । ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ମାତା ଅନ୍ନପୂର୍ଣ୍ଣା ମନ୍ଦିର ପରିଦର୍ଶନ କରିବେ । ସେ ପରେ ରାମ ଦରବାର ଗର୍ଭଗୃହରେ ପୂଜା କରିବେ ଏବଂ ତା'ପରେ ରାମ ଲଲ୍ଲାଙ୍କ ଗର୍ଭଗୃହ ପରିଦର୍ଶନ କରିବେ । ମଧ୍ୟାହ୍ନ ୧୨ଟାରେ ପ୍ରଧାନମନ୍ତ୍ରୀ ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ଶୀର୍ଷରେ ଗେରୁଆ ପତାକା ଉତୋଳନ କରିବେ ।

ଗେରୁଆ ରଙ୍ଗର ଏହି ପତାକାଟି ଏକ ସମକୋଣ ତ୍ରିକୋଣୀୟ ଗଠନ, ଯାହାର ଉଚ୍ଚତା ୧୦ ଫୁଟ ଏବଂ ଲମ୍ବା ୨୦ ଫୁଟ୍ ରହିଛି । ଏଥିରେ ପ୍ରଭୁ ରାମଙ୍କ ତେଜ ଏବଂ ବୀରତ୍ୱର ପ୍ରତୀକ ସ୍ୱରୂପ ଉଜ୍ଜ୍ୱଳ ସୂର୍ଯ୍ୟଙ୍କୁ ଚିତ୍ରିତ କରାଯାଇଛି । ଏଥିରେ 'ଓମ୍‌' ଏବଂ ଏକ ଗଛର ପ୍ରତୀକ ମଧ୍ୟ ରହିଛି । ଉତର ଭାରତୀୟ ନାଗରା ଶୈଳୀରେ ନିର୍ମିତ ମନ୍ଦିରର ଶିଖର ଉପରେ ଏହି ପତାକା ଉତୋଳନ କରାଯିବ, ଯେତେବେଳେ ଏହାକୁ ଘେରି ରହିଥିବା ୮୦୦ ମିଟର ଲମ୍ବା ପ୍ରାଚୀର ଦକ୍ଷିଣ ଭାରତୀୟ ସ୍ଥାପତ୍ୟରେ ନିର୍ମିତ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଜନସାଧାରଣଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମଙ୍ଗଳବାର ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ମନ୍ଦିର ପରିସରରେ ପ୍ରବେଶ ପ୍ରତିବନ୍ଧିତ ରହିବ । ଏହି ସମୟ ମଧ୍ୟରେ, କେବଳ କ୍ୟୁଆର-କୋଡେଡ୍ ପାସ୍ ଥିବା ନିମନ୍ତ୍ରିତ ଅତିଥିମାନଙ୍କୁ ଅନୁମତି ଦିଆଯିବ । ରାମ ପଥରେ ସକାଳ ୬ଟାରୁ ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିବ । ଏହି ସମୟ ମଧ୍ୟରେ, କେବଳ ନିମନ୍ତ୍ରିତ ଅତିଥିମାନଙ୍କ ଯାନବାହନକୁ ପ୍ରବେଶ ଅନୁମତି ଦିଆଯିବ ଏବଂ ପଦଯାତ୍ରୀମାନଙ୍କୁ ଅନୁମତି ଦିଆଯିବ ନାହିଁ । ଅପରାହ୍ନ ୨ଟା ୩୦ ପରେ ସୀମିତ ପଦଯାତ୍ରୀ ଚଳାଚଳ କରିପାରିବେ, କିନ୍ତୁ ଦିନସାରା ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ନିଷିଦ୍ଧ କରାଯାଇଛି । ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସେହିପରି ବିମାନବନ୍ଦର ଏବଂ ଭିଭିଆଇପି ପରିଚାଳନା ପାଇଁ ବିଶେଷ ପ୍ରସ୍ତୁତି କରାଯାଇଛି । ବହୁ ସଂଖ୍ୟକ ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ସାମିଲ୍ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଅଯୋଧ୍ୟା ବିମାନବନ୍ଦରରେ ଏକ ସ୍ୱତନ୍ତ୍ର ଲଜିଷ୍ଟିକ୍ସ ଯୋଜନା କାର୍ଯ୍ୟକାରୀ କରାଯାଇଛି । ୪୦ ରୁ ୮୦ ଚାର୍ଟର୍ଡ ବିମାନ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି ଏବଂ ବିମାନ ଅବତରଣ ପରେ ଯାତ୍ରୀମାନେ ବିମାନରୁ ଓହ୍ଲାଇବା ପରେ ବିମାନଗୁଡ଼ିକୁ ନିକଟସ୍ଥ ବିମାନବନ୍ଦରକୁ ସ୍ଥାନାନ୍ତର କରାଯିବ । ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଲାଉଞ୍ଜ ତିଆରି କରାଯାଇଛି ଏବଂ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ଅନ୍ୟ ଅତିଥିମାନଙ୍କ ପାଇଁ ଛଅଟି ଭିଆଇପି ଲାଉଞ୍ଜ ପ୍ରସ୍ତୁତ କରାଯାଇଛି । ଅନ୍ୟପକ୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ୍ ଡାଇଭର୍ସନ କାର୍ଯ୍ୟକାରୀ ହୋଇଛି । ରାମ ଜନ୍ମଭୂମି ପରିସରରେ ପତାକା ଉତୋଳନ ସମାରୋହ ସମୟରେ ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି ଅଯୋଧ୍ୟାକୁ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି । ସୋମବାର ସନ୍ଧ୍ୟା ୬ଟାରୁ ମଙ୍ଗଳବାର ଦିନ ଭିଡ଼ କମିବା ପର୍ଯ୍ୟନ୍ତ ସାରା ସହରରେ ବ୍ୟାପକ ଟ୍ରାଫିକ ଡାଇଭର୍ସନ କାର୍ଯ୍ୟକାରୀ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande