
ଭଦ୍ରକ, ୨୫ ନଭେମ୍ବର (ହି.ସ.) - ବନ୍ତ ବ୍ଲକ୍ ଅଧୀନ ରାମକୃଷ୍ଣପୁର ପଂଚାୟତର ରାଛୋଗଢିଆ ଠାରେ କ୍ଷେତ୍ର ଦିବସ ପାଳିତ ହୋଇଯାଇଛି । ଶ୍ରୀ ଅନ୍ନ ଯୋଜନାର ବ୍ଲକ ସଂଯୋଜକ ପର୍ଶୁରାମ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲ୍ଲା ସଂଯୋଜକ ଅନନ୍ୟା ବଳିଆର ସିଂହ, ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତି, ସହକାରୀ କୃଷି ଅଧିକାରୀ ସୁପ୍ରିୟା ମୁଦୁଲି, ବ୍ଲକ ସହ ସଂଯୋଜକ ଶାରଦା ପ୍ରଶନ୍ନ ସାହୁ, ଅପୂର୍ବ ରଞ୍ଜନ ରାଉତ, ସ୍ଥାନୀୟ ସରପଂଚ ହିରେନ୍ଦ୍ର ଖିଲାର ପ୍ରମୁଖ ଯୋଗଦେଇ କୃଷକ ମାନଙ୍କୁ ଆଧୁନିକ ଓ ବୈଷୟିକ ପ୍ରଣାଳିରେ ମାଣ୍ଡିଆ ଚାଷ ପାଇଁ ସଚେତନ କରିଥିଲେ । ରବି ଋତୁରେ ଏହି ଚାଷକୁ ଅଧିକରୁ ଅଧିକ କରିବା ପାଇଁ କୁହାଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ସଘନ, ଧାଡିରୁଆ ଓ ଧାଡିବୁଣା ପ୍ରଣାଳୀରେ ଚାଷ କଲେ ବିହନ ଯୋଗାଇ ଦିଆଯାଇ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି କହିଥିଲେ । ଏହି ଚାଷକୁ ସମ୍ପୃକ୍ତ ଅଂଚଳର ରିସୋର୍ସ ପର୍ଶନ ମାନେ ନିୟମିତ କ୍ଷେତ୍ରୀୟ ତଦନ୍ତ କରି ବୈଷୟିକ ପରାମର୍ଶ ଦେବେ ବୋଲି ସୂଚନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ କମ୍ୟୁନିଟି ରିସୋର୍ସ ପର୍ଶନ ବନମାଳି ବାରିକ, ସୁଶାନ୍ତ ଜେନା, ସତ୍ୟବ୍ରତ ସିଂହଙ୍କ ସମେତ ଶତାଧିôକ ମହିଳା ପରୁଷ ଚାଷୀ ଉପସ୍ଥିତ ଥିଲେ । ଏହି ଅବସରରେ ରାଛୋଗଢିଆର ସଫଳ ମାଣ୍ଡିଆ ଚାଷୀ ନାରାୟଣ ଚନ୍ଦ୍ର ଦାସଙ୍କୁ ଉତ୍ସାହିତ କରାଯାଇଥିଲା । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ