
ମାଲକାନଗିରି, ୨୫ ନଭେମ୍ବର (ହି.ସ.)- ଘରକୁ ଡାକି ନେଇ ଦୁଷ୍କର୍ମ କଲା ପଡ଼ୋଶୀ। ତାହା ପୁଣି କୋମଳମତି ୩ ଜଣ ନାବାଳିକା ଝିଅଙ୍କୁ। ଏକାଥରେ ୩ ଜଣ ଝିଅଙ୍କୁ ଘରକୁ ଡାକି ବନ୍ଦ କରି ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ତେବେ ଏହି ନିନ୍ଦନୀୟ ଘଟଣାଟି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଏମଭି ୭୯ ଥାନା ଅଞ୍ଚଳରେ।
ଏକା ସାଙ୍ଗରେ ୩ ଜଣ ନାବାଳିକା ଝିଅକୁ ନରେନ ରାୟ ନାମକ ଜଣେ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ଖବର ସାମ୍ନାକୁ ଆସିଛି। ଯିଏକି ସେମାନଙ୍କର ପଡ଼ୋଶୀରେ ରହୁଥିଲା। ପଡ଼ୋଶୀ ହେବାର ଫାଇଦା ଉଠାଇ ନରେନ୍ ୩ ଜଣ ନାବାଳିକା ଯେଉଁମାନଙ୍କର ବୟସ ଅତିକମରେ ୫ରୁ ୮ବର୍ଷ ହେବ, ସେମାନଙ୍କୁ ଆସକ୍ରିମ ଦେବାର ଲୋଭ ଦେଖାଇ ଘରକୁ ଡ଼ାକି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ଘଟଣା ଜଣାପଡ଼ିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡିତାଙ୍କ ପରିବାର। ହେଲେ ଧରାପଡ଼ିବା ଭୟରେ ଅଭିଯୁକ୍ତ ନରେନ୍ ଫେରାର ହୋଇଯାଇଛି। ସେପଟେ ପୋଲିସ ତନାଘନା ଜାରି ରଖିଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ