
କେନ୍ଦୁଝର, ୨୫ ନଭେମ୍ବର (ହି.ସ.)- ରାଜ୍ୟର ରାଜଧାନୀ ଭୁବନେଶ୍ଵରର ଜୟଦେବ ଭବନ ଠାରେ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ ଆନୁକୁଲ୍ୟରେ ଜାତୀୟ ସ୍ତରୀୟ ୨୪ ତମ ଶରତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ ସଂସ୍କୃତି ନିର୍ଦ୍ଦେଶକ ଓ ଶ୍ରୀ ମନ୍ଦିର ପ୍ରଶାସକ ରଞ୍ଜନ କୁମାର ଦାସ, ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ଧଳ ଅତିରିକ୍ତ ଶାସନ ସଚିବ ଅନୁସୂଚି ଜାତି ଓ ଜନଜାତି, ସମ୍ମାନିତ ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତା ଦେବୀ ବାରିକ୍, ଶ୍ରୀଯୁକ୍ତ ଅଭିନବ ସିଂହ, କଣ୍ଠଶିଳ୍ପୀ ଶୁଭାଶିଷ ମହାକୁଡ଼, ବରିଷ୍ଠ ସାମ୍ବାଦିକ ମାନସ ରଞ୍ଜନ ଦାସ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଶୋକ କୁମାର ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲେ l ମଞ୍ଚରେ ରାଜ୍ୟର ୩୦ଟି ଜିଲ୍ଲାର ବହୁ ପ୍ରତିଭାବାନ ବ୍ୟକ୍ତିଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା l ସେଥିମଧ୍ୟରୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢେଙ୍କିକୋଟ ର ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସାହୁଙ୍କୁ ତାଙ୍କର ଦୀର୍ଘ ଦିନର ନିସ୍ୱାର୍ଥପର ନିର୍ଭୀକ ସାମ୍ବାଦିକତା, ସମାଜସେବା, କବିତା ରଚନା, ସାହିତ୍ୟର ପ୍ରଚାର ପ୍ରସାର କରିବା ସହିତ ଜଣେ ରାଜ୍ୟ ସ୍ତରୀୟ ମଞ୍ଚ ଉଦଘୋଷକ ଯୋଗୁଁ ତାଙ୍କୁ ମଞ୍ଚରେ ଉତ୍ତରୀୟ, ପୁଷ୍ପଗୁଚ୍ଛ, ମାନପତ୍ର, ଉପଢୌକନ ପ୍ରଦାନକରି ଓଡିଶା ରତ୍ନ ସମ୍ମାନରେ ଅତିଥିମାନେ ସମ୍ମାନିତ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA