
କେନ୍ଦୁଝର, ୨୫ ନଭେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ତାରିଣୀ ପବ୍ଲିକ ବିଦ୍ୟାଳୟ ପରିସରରେ ଆଜି ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଦ୍ୟାଳୟ ତରଫରୁ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମହେନ୍ଦ୍ର କୁମାର ପାତ୍ର ଏବଂ ସମ୍ପାଦକ ଗୁରୁ ସଞ୍ଜୟ କୁମାର ଦାସ ସର୍ବ ପ୍ରଥମେ ମା' ତାରିଣୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଧୂପ ଦୀପ ପ୍ରଜ୍ଜ୍ଵଳନ କରି ଉଦ୍ଘାଟନ କରିଥ ଏଥିରେ ମୁଖ୍ୟ ଅତିଥିଭାବେ ଜିପି ହାଇ ସ୍କୁଲ ତରା ଗ୍ରାମର ପ୍ରଧାନ ଶିକ୍ଷକ ଜ୍ଞାନ ରଞ୍ଜନ ଦେଓ ଓ ସମ୍ମାନିତ ଅତିଥ୍ ଭାବେ ବରିଷ୍ଠ ଶିକ୍ଷକ ଫକୀର ଚରଣ ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ବିଚାରକ ଭାବେ ସିଆ ର ସି ସି ଧଙ୍ଗର୍ଡିହା ଆଶିଷ କୁମାର ବେହେରା, ବରିଷ୍ଠ ବିଜ୍ଞାନ ଶିକ୍ଷକ ତରା ଇଶ୍ବର ଚନ୍ଦ୍ର ମହାନ୍ତି, ବରିଷ୍ଠ ଶିକ୍ଷୟତ୍ରୀ ସୁଭସ୍ମିତା ସେଠୀ ବାଣେଶ୍ବର ଝରି ତଳ ସରକାରୀ ୟୁପି ୟୁପି ସ୍କୁଲ୍, ଏବଂ ନାକଝରି ସାହି ୟୁପି ସ୍କୁଲର ପ୍ରଧାନ ଶିକ୍ଷଯ ସମସ୍ତ ବସୁଦତା ମାଝୀ ଝୀ ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରୋଜେକ୍ଟ ୱର୍କ କୁ ଚୟନ କରିଥଲେ।
ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧକ୍ଷ ଏବଂ ସମସ୍ତ ଶିକ୍ଷକ ଓ ଶିକ୍ଷିତ୍ରୀମାନେ ପରିଚାଳନା କରି ବିଜ୍ଞାନ ମେଳାକୁ ବହୂ ଉତ୍ସାହ ସହ ପାଳନ କରିଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA