
ଭୁବନେଶ୍ୱର, 25 ନଭେମ୍ବର (ହି.ସ.)- ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ୨୦୨୫-୨୬ ଆର୍ଥିକ ବର୍ଷର ଦ୍ଵିତୀୟ ପର୍ଯ୍ୟାୟରେ ୭୭୫ ଜଣ ବରିଷ୍ଠ ନାଗରିକ ଏକ ସ୍ୱତନ୍ତ୍ର ଟ୍ରେନରେ ଉଜ୍ଜୟିନୀ- ଓଁକାରେଶ୍ଵର ଅଭିମୁଖେ ଆଜି ଦିବା ଘ.୧୦.୩୦ ମିନିଟ ସମୟରେ ଯାତ୍ରା ଆରମ୍ଭ କରିବେ । ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେବା ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ରହିବେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ