
ଚେନ୍ନାଇ, ୨୫ ନଭେମ୍ବର (ହି.ସ.)- ତାମିଲନାଡୁରେ ଆୟୋଜିତ ବିଶ୍ୱ ପ୍ରସିଦ୍ଧ ଏବଂ ଲୋକପ୍ରିୟ କାର୍ତିକ ଦୀପୋତ୍ସବ ସମୟରେ ତିରୁବନ୍ନାମଲାଇକୁ ଏବଂ ସେଠାରୁ ଯାତ୍ରା କରୁଥିବା ଦୂରଗାମୀ ଯାତ୍ରୀମାନଙ୍କୁ ସୁବିଧା ଦେବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବସ୍ ସେବା ଘୋଷଣା କରିଛନ୍ତି । ଅତ୍ୟାଧୁନିକ ଏୟାର-କଣ୍ଡିସନ୍ଡ୍ ଲଗ୍ଜରୀ ଏବଂ ସ୍ଲିପର୍ ବସ୍ ନାଗରକୋଇଲ୍, ତିରୁନେଲବେଲି, ତୁତୁକୁଡି, ସେଙ୍ଗୋତଇ, ମଦୁରାଇ ଏବଂ କୋଏମ୍ବାଟୁରରୁ ଚାଲିବ ।
ମଙ୍ଗଳବାର ଦିନ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ, ରାଜ୍ୟ ଏକ୍ସପ୍ରେସ୍ ପରିବହନ ନିଗମ (ଏସଇଟିସି)ର ପରିଚାଳନା ନିର୍ଦ୍ଦେଶକ ମୋହନ କହିଛନ୍ତି ଯେ, ଦୀପୋତ୍ସବ ସମୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ଓ ଭିଡ଼କୁ ଦୃଷ୍ଟିରେ ରଖି ଅତିରିକ୍ତ ବସ୍ ବ୍ୟବସ୍ଥା କରାଯାଇଛି ।
ନିର୍ଦ୍ଦେଶକ କହିଛନ୍ତି ଯେ, ଡିସେମ୍ବର ୩ ଏବଂ ୪ ତାରିଖରେ ଚେନ୍ନାଇରୁ ତିରୁବନ୍ନାମଲାଇକୁ ମୋଟ୍ ୧୬୦ଟି ଲଗ୍ଜରୀ ଏସି ବସ୍ ଚଳାଚଳ କରିବ । ସେହିପରି, ଏସଇଟିସି ପକ୍ଷରୁ ଡିସେମ୍ବର ୨ ଏବଂ ୩ ତାରିଖରେ ନାଗରକୋଇଲ୍, ତିରୁନେଲବେଲି, ତୁତୁକୁଡି, ସେଙ୍ଗୋତଇ, ମଦୁରାଇ ଏବଂ କୋଏମ୍ବାଟୁରରୁ ଲଗ୍ଜର ତଥା ସ୍ଲିପର୍ ଏସି ବସ୍ ଚଳାଚଳ କରିବ । ଦୀପୋତ୍ସବ ସମୟରେ ଯାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହା ନିଶ୍ଚିତ କରିବା ପାଇଁ ମୋଟ୍ ୨୦୦ ରୁ ଅଧିକ ଏକ୍ସପ୍ରେସ୍ ବସ୍ ବ୍ୟବସ୍ଥା କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ