
ବଲାଙ୍ଗିର, 25 ନଭେମ୍ବର (ହି.ସ.)
ଆଜି ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ୩ ଆହତ ହୋଇଛନ୍ତି ଆହତ ମାନଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଓ ହସପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ବଲାଙ୍ଗିର ସମ୍ବଲପୁର ରାସ୍ତା ଗାନ୍ଧୀନଗର ପଡ଼ା ବଜାଜ ସୋ ରୁମ୍ ନିକଟରେ ଏକ ମହିନ୍ଦ୍ରା ଏକ୍ସ ୟୁ ଭି କାର ଦୃତଗତି ରେ ଆସି ଏକ ବାଇକ୍ ଓ ଏକ ଛୋଟ ପିକଅପ୍ ଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ ବାଇକରେ ବସିଥିବା ୨ ଜଣ ଓ ଛୋଟ ପିକଅପ୍ ଗାଡ଼ିରେ ବସିଥିବା ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ବଲାଙ୍ଗିର ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ତୁରନ୍ତ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଓ ହସପିଟାଲ ଠାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ମାହିନ୍ଦ୍ରା କାରଟିର ଆଗପଟ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଚୁରମାର ହୋଇ ଯାଇଥିବା ବେଳେ ଗାଡି ଡ୍ରାଇଭରକୁ ବଲାଙ୍ଗିର ଟାଉନ ଥାନା ପୋଲିସ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ