ନୂଆପଡା ଜିଲ୍ଲାପାଳଙ୍କ ଟିମନପୁର ପ୍ରାଥମିକ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ
ନୂଆପଡା, ୨୫ ନଭେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶ ପରିଦର୍ଶନ କରିଥିଲେ l ଏହି ସମୟରେ ଉପ ଜିଲ୍ଲାପାଳ ସୁର୍ମି ସୋରେନ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, ବିଡ଼ିଓ କାର୍ମୀ ଓରାମ, ପଞ୍ଚାୟତ
Swasthya kendra vigit


ନୂଆପଡା, ୨୫ ନଭେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶ ପରିଦର୍ଶନ କରିଥିଲେ l ଏହି ସମୟରେ ଉପ ଜିଲ୍ଲାପାଳ ସୁର୍ମି ସୋରେନ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, ବିଡ଼ିଓ କାର୍ମୀ ଓରାମ, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ମୀନା ଘିବେଲା ପ୍ରମୁଖ ଉପସ୍ଥିତ ଥିଲେ l ଜିଲ୍ଲାପାଳ ଅଧିକାରୀ ମାନଙ୍କୁ କର୍ତବ୍ୟନିଷ୍ଠ ହିସାବରେ ରୋଗୀ ମାନଙ୍କୁ ସମସ୍ତ ସେବା ଯୋଗାଇ ଦେଇ ସେମାନଙ୍କ ଆସ୍ଥା ଭାଜନ ହେବା ପାଇଁ ପରାମର୍ଶ ଦେଇଥିଲେ l ଚିକିତ୍ସାଳୟ ପରିବେଶକୁ ସଫା ସୁତୁରା ରଖି ଏକ ଉତ୍ତମ ନିରାମୟ ପରିବେଶ ସୃଷ୍ଟି କରିବା ଉପରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ l

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande