
ଜୟପୁର, 25 ନଭେମ୍ବର (ହି.ସ.)- ଗୋପବନ୍ଧୁନଗର ଓ ବାପୁଜୀନଗର ଦୁଇଗୋଷ୍ଠୀ ମଧ୍ୟରେ ଗତ ଶୁକ୍ରବାର ଅପରାହ୍ନରେ ଏକ ପାରିବାରିକ ବିବାଦକୁ ନେଇ ଗଣ୍ତଗୋଳ ସୃଷ୍ଟି ହୋଇଥିଲା। ଗତକାଲି ଟାଉନଥାନାରେ ବାପୁଜୀନଗର ବାସିନ୍ଦାଙ୍କ ପକ୍ଷରୁ ଗୋପବନ୍ଧୁ ନଗରର ୨୦ ରୁ ଉର୍ଦ୍ଧ ଆକ୍ରମଣକାରୀ ସାମିଲ ହୋଇଥିବା ନେଇ ମାମଲା ରୁଜୁ ହେବା ପରେ ଆଜି ଜୟପୁର ଟାଉନ ପୁଲିସ ଗୋପବନ୍ଧୁ ନଗର ଅଞ୍ଚଳର ୩ଜଣ ଅଭିଯୁକ୍ତ ରମେଶ ମାଛ(୨୩),ରାଜୀବ ଖୋସ୍ଲା(୨୧),ହରି ନାଗ (୨୮)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହିପରି ଉଭୟ ସାହିର ସମୁଦାୟ ୬୦ ରୁ ଉର୍ଦ୍ଧ ଆକ୍ରମଣକାରୀ ସାମିଲ ରହିଥିବା ନେଇ ପରସ୍ପର ବିରୋଧରେ ମାମଲା ରୁଜୁ ହୋଇଛି। ଏଥି ପୂର୍ବରୁ ଟାଉନ ପୁଲିସ ଆକ୍ରମଣରେ ସାମିଲ ରହିଥିବା ବାପୁଜୀ ନଗର ଅଞ୍ଚଳର ୨ଜଣ ନାବାଳକଙ୍କ ସମେତ ସମୁଦାୟ ୧୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି