
କେନ୍ଦୁଝର, 25 ନଭେମ୍ବର (ହି.ସ.) ପାଞ୍ଚ ବର୍ଷ ତଳେ ମରାମତି ବଳ ହୋଇଥିବା ଉକୁଚାବେଡା ବଲାଣିପଶି - କାବେରୀ ପଶି ରାସ୍ତା ଇତିମଧ୍ଯରେ ଲୋକେ ଦାବି ବିଭିନ୍ନ ସ୍ଥାନରେ ଭାଙ୍ଗି ଯାଇଥିବାରୁ ରୁ ଏହାର ତୁରନ୍ତ ମରାମତି ସକାଶେ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ହରିଚନ୍ଦନପୁର ବ୍ଲକ୍ର ଜୁଙ୍ଗା ଗ୍ରାମ ପଞ୍ଚାୟତ ଓ ବାଂଶପାଳ ବ୍ଳକ୍ କୋଡିପଶା ଗ୍ରାମ ପଞ୍ଚାୟତର ଅନ୍ୟୁନ ଷୋହଳ ଗ୍ରାମର ପନ୍ଦର ହଜାର ଲୋକ ଉକୁଚା ବେଡା-ବଲାଣିପ ପଶି-କାବେରୀପଶି ରାସ୍ତା ଉପରେ ବଜାର କାମ, ଡ଼ାକ୍ତରଖାନାରେ ଚିକିତ୍ସା, କୋର୍ଟ କଚେରୀ ମାମଲା ପ୍ରଭୃତି କାମ ପାଇଁ ନିର୍ଭର କରିଥାନ୍ତି। ପିଲାମାନେ ଏଇ ରାସ୍ତା ଦେଇ କେନ୍ଦୁଝରଗଡକୁ ଅନ୍ୟାନ୍ୟ ପାଖ ମହାବିଦ୍ୟାଳୟରେ ଅଧ୍ୟୟନ ସକାଶେ ଯିବା ଆସିବା କରିଥାନ୍ତି। ଏଇ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏଇ ଷୋହଳ ଗାଁ ବ୍ୟତୀତ, ନିକଟବର୍ତ୍ତୀ ପଞ୍ଚାୟତର ଅନେକ ଗ୍ରାମର ଲୋକେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଏହା ଏ ଅଞ୍ଚଳର ଲୋକଙ୍କ ଜୀବନ ରେଖା କହିଲେ ଅତ୍ୟୁକ୍ତି ହେବ ନାହିଁ। ଗତ ୨୦୨୧ ମସିହାରେ ଏହି ରାସ୍ତାର ଉନ୍ନତିକରଣ କରାଯାଇଥିଲା। ଇତିମଧ୍ୟରେ ପାଞ୍ଚ ବର୍ଷ ବିତିଗଲାଣି। ରାସ୍ତାଟି ବିଭିନ୍ନ ସ୍ଥାନରେ ଭାଙ୍ଗି ଯାଇଛି। ଫଳତଃ ଲୋକ ମାନଙ୍କ ଯିବା ଆସିବା ରେ ଅସୁବିଧା ହେଉଛି। ଅଧ୍ୟୟନ ରତ ପିଲାଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି ହୋଇଛି। ରାତି ଅନ୍ଧାର ରେ ଯିବା ଆସିବା କରିବା ବିପଦପୂର୍ଣ୍ଣ ହୋଇଯାଇଛି । ଉକ୍ତ ରାସ୍ତାର ଅବସ୍ଥା, ଆବଶ୍ୟକ ଥିବା ଉନ୍ନୟନ ମୂଳକ କାର୍ଯ୍ୟ ଓ ଲୋକ ସମ୍ମୁଖୀନ ହେଉଥୂବା ଅସୁବିଧାକୁ ବିଚାରକୁ ନେଇ ରାସ୍ତାର ଉନ୍ନ ଉନ୍ନତିକରଣ କାର୍ଯ୍ୟ ତୁରନ୍ତ ହାତକୁ ନେବାକୁ ସ୍ଥାନୀୟ ବ୍ୟକ୍ତିବିଶେଷ ସର୍ବଶ୍ରୀ ରଂ. ରମେଶ ଚନ୍ଦ୍ର ନାଏକ, କୃଷ୍ଣ ଚନ୍ଦ୍ର ମହାନ୍ତି, ଇଂ. ଅଯୋଧ୍ୟା କୁମାର ଘଣା, ରାମଚନ୍ଦ୍ର ମହାନ୍ତ, ତୁଷାର ଭୁଷଣ ମହାନ୍ତି, ବିଜୟ କୁମାର ଘଣା, ସନ୍ତୋଷ କୁମାର ଘଣା, ମନୋଜ କୁମାର ପଟେଲ, ଲକ୍ଷ୍ମଣ କୁମାର ମହାନ୍ତ, ଯୁଧୂଷ୍ଠିର ମହାନ୍ତ, ସତ୍ୟଭାମା ମହାନ୍ତି, ଶ୍ରୀମତୀ ମିନତୀ ମହାନ୍ତ, ଶ୍ରୀ ମତୀ ସୁଲୋଚନା ମହାନ୍ତ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA