ଉପଖଣ୍ଡ ସ୍ତରୀୟ ପାଞ୍ଚ ଦିବସୀୟ କର୍ମଶାଳା ଉଦଯାପିତ
ଉପଖଣ୍ଡ ସ୍ତରୀୟ ପାଞ୍ଚ ଦିବସୀୟ କର୍ମଶାଳା ଉଦଯାପିତ
ଉପଖଣ୍ଡ ସ୍ତରୀୟ ପାଞ୍ଚ ଦିବସୀୟ କର୍ମଶାଳା ଉଦଯାପିତ


ସମ୍ବଲପୁର, ୨୫, ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଡିମିରିମୁଣ୍ଡା ସ୍ଥିତ ଭାରତ ମୟ ଆଶ୍ରମ ପରିସରରେ ଗତ ୨୦ ତାରିଖ ଠାରୁ ଆରମ୍ଭ ହୋଇଥିବା କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ପାଞ୍ଚ ଦିବସୀୟ କର୍ମଶାଳା ଆଜି ଉଦଯାପିତ ହୋଇଯାଇଛି । ଏହି କର୍ମଶାଳାରେ ପ୍ରାଥମିକ ଶିକ୍ଷା,ଆରୋଗ୍ୟ ଶିକ୍ଷା,ଗ୍ରାମ ବିକାଶ ସିଷ୍କ, ଜାଗରଣ ଶିକ୍ଷା ଓ ସଂସ୍କାର ଶିକ୍ଷା ଆଦି ପାଞ୍ଚ ଦିବସୀୟ ଶିକ୍ଷା ଉପରେ ତାଲିମ ଦିଆଯାଇଥିଲା । ଉଦଯାପନ ଉତ୍ସବରେ ସମାଜସେବୀ ତଥା ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମାଜ ଓ ଦେଶ ଗଠନ ପାଇଁ ଏକଲ ଅଭିଯାନର ଆଚାର୍ଯ୍ୟ ଓ ଆଚାର୍ଯ୍ୟମାନେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଆଚରଣ ସହ ସତ୍ ମାର୍ଗରେ ପରିଚାଳିତ ହେବା ଦିଗରେ ସଚେତନ କରିବାକୁ ଆହ୍ବାନ ଦେଇଥିଲେ । ଭାରତ ମୟ ଆଶ୍ରମର ବାବା ଶିବାନନ୍ଦ ଜୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ସୁଚିନ୍ତିତ ଅଭିଯାନ କାର୍ଯ୍ୟ କରୁ ବୋଲି ପରାମର୍ଶ ଦେଇଥିଲେ । ଅଭିଯାନର ସମ୍ବଲପୁର ଜିଲ୍ଲା ପ୍ରମୁଖ ପ୍ରଦୀପ ସ୍ୱାଇଁଙ୍କ ସଭାପତିତ୍ବ ଓ ଜମନକିରା ବ୍ଲକ ପ୍ରମୁଖ ଜଗଦୀଶ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାରେ ଉପଖଣ୍ଡର ୬୦ ଟି ଅଣ ଆନୁଷ୍ଠାନିକ ଶିକ୍ଷା କେନ୍ଦ୍ରର ଆଚାର୍ଯ୍ୟ ଓ ଆଚାର୍ଯ୍ୟ ମାନେ ପାଞ୍ଚ ଦିନ ଧରି ଶିବିରାର୍ଥି ଭାବରେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଥମିକ ଶିକ୍ଷା ଜିଲ୍ଲା ପ୍ରମୁଖ ଶଶି ନାଏକ, ରାଜ୍ୟକୁ ଯାଇଥିବା ଜିଲ୍ଲାର ପ୍ରତିନିଧି ବିନୟ ପୃଷେଠ, ବାମରା ବ୍ଲକର ପ୍ରମୁଖ ତୁଷାର ନାଏକ ପ୍ରମୁଖ ବିଭିନ୍ନ ବର୍ଗ ଉପରେ ତାଲିମ ଦେଇଥିଲେ । ଶିବିରାର୍ଥି ମାନଙ୍କୁ ମଧ୍ୟରୁ ଉତ୍ତମ ପ୍ରଦର୍ଶନ କରିଥିବା ଶୁଦୀପ ବାଘ, ସୁକମଣୀ କିସାନ ଓ ଜୟନ୍ତୀ ନିଖଣ୍ଡିଆଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ଗୁରୁଚରଣ ରଣା ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଶେଷରେ କୁଚିଣ୍ଡା ବ୍ଲକ ସଭାପତି ରମେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande