ରାଉରକେଲାରେ ଅତି ଘନ କୁହୁଡ଼ି, କୋରାପୁଟ ଓ ଫୁଲବାଣୀରେ ଘନ କୁହୁଡ଼ି ଦୃଶ୍ୟମାନ
ଭୁବନେଶ୍ୱର, ୨୫ ନଭେମ୍ବର (ହି.ସ.)- ମଙ୍ଗଳବାର ସକାଳେ ରାଜ୍ୟର ରାଉରକେଲାରେ ଅତି ଘନ କୁହୁଡ଼ି, କୋରାପୁଟ ଓ ଫୁଲବାଣୀରେ ଘନ କୁହୁଡ଼ି ଦେଖାଯାଇଥିବା ବେଳେ ଭବାନୀପାଟଣାରେ ମଧ୍ୟମ ଧରଣର କୁହୁଡ଼ି ଏବଂ ଅନ୍ୟ କେତେକ ସ୍ଥାନରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ଆଜି ସକାଳେ ରାଉରକେଲାରେ ଅତି ଘନ କୁହୁଡ଼ି
ରାଉରକେଲାରେ ଅତି ଘନ କୁହୁଡ଼ି, କୋରାପୁଟ ଓ ଫୁଲବାଣୀରେ ଘନ କୁହୁଡ଼ି ଦୃଶ୍ୟମାନ


ଭୁବନେଶ୍ୱର, ୨୫ ନଭେମ୍ବର (ହି.ସ.)- ମଙ୍ଗଳବାର ସକାଳେ ରାଜ୍ୟର ରାଉରକେଲାରେ ଅତି ଘନ କୁହୁଡ଼ି, କୋରାପୁଟ ଓ ଫୁଲବାଣୀରେ ଘନ କୁହୁଡ଼ି ଦେଖାଯାଇଥିବା ବେଳେ ଭବାନୀପାଟଣାରେ ମଧ୍ୟମ ଧରଣର କୁହୁଡ଼ି ଏବଂ ଅନ୍ୟ କେତେକ ସ୍ଥାନରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି ।

ଆଜି ସକାଳେ ରାଉରକେଲାରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଯାହାର ଦୃଶ୍ୟମାନ ଦୂରତା ୫୦ ମିଟର ମଧ୍ୟରେ ରହିଥିଲା । କୋରାପୁଟ ଓ ଫୁଲବାଣୀରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଯାହାର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିଥିଲା । ସେହିପରି ଭବାନୀପାଟଣାରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା । ଯାହାର ଦୃଶ୍ୟମାନ ଦୂରତା ୨୦୦ରୁ ୫୦୦ ମିଟର ମଧ୍ୟରେ ରହିଥିଲା ।

ଅନୁରୂପ ଭାବେ ସୋନପୁର, ପାରାଦୀପ, ଭୁବନେଶ୍ୱର, ଗୋପାଳପୁର ଏବଂ ଝାରସୁଗୁଡ଼ାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଥିଲା । ଯାହାର ଦୃଶ୍ୟମାନ ଦୂରତା ୫୦୦ ମିଟରରୁ ୧୦୦୦ ମିଟର ମଧ୍ୟରେ ରହିଥିଲା । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande